ଓମିକ୍ରନରୁ ସୁରକ୍ଷା ଦେବ ଟିକା: ଭାକ୍ସିନାସେନକୁ ଗୁରୁତ୍ୱ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): କରୋନାର ନୂଆ ଭାରିଆଂଟ ଓମିକ୍ରନ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଦେଶରେ ଏହି ଭୂତାଣୁର ସଂକ୍ରମିତଙ୍କ ସଂଖ୍ୟା ସେତେ ବେଶୀ ନଥିବା ବେଳେ କିନ୍ତୁ ଓମିକ୍ରନରେ ସଂକ୍ରମିତ ଜଣଙ୍କର ବ୍ରିଟେନରେ ମୃତ୍ୟୁ ଘଟିଛି । ଓମିକ୍ରନର ଏହା ପ୍ରଥମ ମୃତ୍ୟୁ । ସେହିପରି ଦେଶରେ କରୋନା ଭୂତାଣୁ ଓମିକ୍ରନ ଚିନ୍ତା ବଢ଼ାଇଥିବା ବେଳେ ସମସ୍ତଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ପ୍ରଥମ ଡୋଜ୍‌ ନେଇନଥିବା ୪୧ଲକ୍ଷ ଲୋକଙ୍କୁ ତୁରନ୍ତ ଟିକା ନେବାକୁ ବିଭାଗ ତରଫରୁ କୁହାଯାଇଛି । ଏପରିକି ଏମାନଙ୍କୁ ଉତ୍ସାହିତ କରିବା ପାଇଁ ଜନପ୍ରତିନିଧି ଓ ସାମାଜିକ କର୍ମୀଙ୍କ ସହଯୋଗ ଲୋଡ଼ିଛନ୍ତି ରାଜ୍ୟ ସରକାର । ଟିକା ନନେଲେ ସଂକ୍ରମଣ ବଢିବା ଆଶଙ୍କା ରହିଛି । ତେଣୁ ଗାଁ ଗାଁରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଟିକାକୁ ସଂକ୍ରମଣର ସୁରକ୍ଷା କବଚ କୁହାଯାଉଛି । ଟିକା ନେଇ ସଂକ୍ରମିତ ହେଲେ ଗୁରୁତର କି ମୃତ୍ୟୁ ହେବା ଆଶଙ୍କା କମ୍‌ । ଓମିକ୍ରମଠାରୁ ଟିକା ଶତ ପ୍ରତିଶତ ସୁରକ୍ଷା ନଦେଲେ ମଧ୍ୟ କ୍ରସ ପ୍ରୋଟେକ୍ସନ ଦେବ । ତେଣୁ ସମସ୍ତେ କରୋନା ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଅନ୍ୟ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ଶୀଘ୍ର ଟିକା ନେଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍‌ କରାଯାଇଛି ।

Leave A Reply

Your email address will not be published.