ଅନିଲ ମିଶ୍ର ଟପ୍ପର
ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବି)ର ଏମବିବିଏସର ଅନ୍ତିମ ବର୍ଷର ୨୦୧୯-୨୦ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପରୀକ୍ଷା ଫଳ ଶତପ୍ରଶିତ ହୋଇଥିବା ସୂଚନା ମିଳିଛି । ଏସସିବିର ମୋଟ ୨୫୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ଛାତ୍ର ଅନିଲ ମିଶ୍ର ୬୫୧ ନମ୍ବର ରଖ୍ଖ କଲେଜରେ ଟପ୍ପର ହୋଇଛନ୍ତି ।

ଏ ମହାମାରୀ ସମୟରେ ଏସସିବି ମେଡିକାଲ ଓଡ଼ିଶାର ପ୍ରଥମେ କଲେଜ ଭାବେ ଆଗେଇ ଆସି ପରୀକ୍ଷା ଦଇଥ୍ଖବାରୁ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଥିଲେ । ଠିକ ସମୟରେ ପଦକ୍ଷେପ ନେଇ ପରୀକ୍ଷାକୁ ସଠିକ ଭାବେ ପରିଚାଳନା ପୂର୍ବକ ଏବଂ ସମସ୍ତ ସର୍ତକତା ସହିତ ସମ୍ପଦନା କରିଥିବାରୁ କଲେଜର ଅଧ୍ୟକ୍ଷ ପ୍ରଫେସର ଡ଼ା. ଦତେଶ୍ୱର ହୋତା ଏବଂ ପରୀକ୍ଷା ପରିଚାଳନା ଅଧିକ୍ଷକ ତଥା ଭାରପ୍ରାପ୍ତ ଅଧିକ୍ଷକ ଡ଼ା ପ୍ରଶାନ୍ତ ନନ୍ଦଙ୍କୁ ସମସ୍ତ ଛାତ୍ରଛାତ୍ରୀ ତରଫରୁ କୃତଜ୍ଞତା ପ୍ରକାଶ କରାଯାଇଛି । ଡିଏମଏ ଟି ପ୍ରଫେସର ଡା. ସି ବି କେ ମହାନ୍ତି ଏବଂ ଅତିରିକ୍ତ ଡିଏମଇଟି ଡ଼ା. ବ୍ରଜ କିଶୋର ଦାସ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ତତକ୍ଷଣାତ ସମାଧାନ କରିଥିବାରୁ ସମସ୍ତ ଛାତ୍ରଛାତ୍ରୀ ଧନ୍ୟବାଦ ଦେଇଛନ୍ତି ।