ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ

ଦୁଇ ବାଇକ ସହ ୭ ଲକ୍ଷ ଟଙ୍କାର ଅଳଙ୍କାର ଜବତ

କଟକ,(ଏସ୍‌ଏନ୍ୟୁଜ):
ବିଗତ ଦିନରେ ଲକଡାଉନ ଯୋଗୁଁ ଲୋକେ ଗୃହବନ୍ଦୀ ଅବସ୍ଥାରେ ଥିଲା ବେଳେ, ବାହାରେ ଲୁଟେରାଙ୍କ ଉତ୍ପାତ ବଢିଯାଇଥିଲା । ଜରୁରୀ କାମରେ ଘରୁ ବାହାରିଲେ ଛିନତାଇର ଭୟ ମନରେ ଉଙ୍କି ମାରୁଥିଲା । ଦୁର୍ବୃତମାନେ ଜନଶୂନ୍ୟ ରାସ୍ତାରେ ଏକାକୀ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ଆଉ ସୁଯୋଗ ଦେଖି ସୁନା ଅଳଙ୍କାର ଝାମ୍ପି ଚମ୍ପଟ ମାରୁଥିଲେ । ଏମିତିକି ଲକଡାଉନ ଅବଧିରେ ପୋଲିସର କଡା ପହରା ସତ୍ୱେ ଏଭଳି ଘଟଣା ବାରମ୍ବାର ଘଟିଚାଲିଥିଲା । ଯାହା କଟକ ପୋଲିସର ନିଦ ହଜାଇଦେଇଥିଲା । ଏହିଭଳି ଏକ ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣ କୁଖ୍ୟାତ ରାଜପଥ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଦ୍ୱୟ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ନାରଗଙ୍ଗା ଗାଁର ମୁନା ଓରଫ ଆଶିଷ କୁମାର ଦାସ(୨୫) ଓ ପାକା ଓରଫ ପ୍ରକାଶ ଚନ୍ଦ୍ର ଦଳାଇ(୨୬) । ସେହିପରି ଦୁଇ ଅଭିଯୁକ୍ତଙ୍କ ଠାରୁ ଲୁଟ ଅଳଙ୍କାର କିଣୁଥିବା ମହମ୍ମଦିଆ ବଜାର ଅଂଚଳରେ ରହୁଥିବା ପଶ୍ଚିମବଙ୍ଗର ଘାଣ୍ଟାଲ ଥାନା ଅନ୍ତର୍ଗତ ପଂଚମାରୋ ଗାଁର ସଞ୍ଜୟ ସାସମଲ(୨୯)କୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପ୍ରାୟ ୭ ଲକ୍ଷ ଟଙ୍କାର ୧୩୪.୫୨୦ ଗ୍ରାମ ସୁନା, ରୂପା ଅଳଙ୍କାର ଜବତ ହୋଇଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଗତ ଜୁନ ୧୭ ତାରିଖ ପୂର୍ବାହ୍ନ ୧୧ଟାରେ ବାରଙ୍ଗ ଥାନା ଅନ୍ତର୍ଗତ ବେଲଗଛିଆ ଜୟପୁର ଗାଁର ବିଘ୍‌ନେଶ୍ୱର ସାହୁ ନିଜ ପତ୍ନୀଙ୍କୁ ଅଫିସ ଛାଡିବା ଲାଗି ଯାଉଥିଲେ । ଦୁହେଁ ଗୋଟିଏ ସ୍କୁଟିରେ ଜୟପୁରରୁ ବାଲିକୁଦା ଦେଇ ଉଷୁମା ଅଂଚଳକୁ ଯାଉଥିଲେ । ଏହି ସମୟରେ ଗୋଟିଏ ପଲସର ବାଇକରେ ଦୁଇ ଜଣ ଦୁର୍ବୃତ ତାଙ୍କର ପିଛା କରୁଥିଲେ । ତେବେ ପ୍ରତାପନଗରୀସ୍ଥିତ ଧାକୁଲେଇ ପୀଠର ବିପରୀତ ପାର୍ଶ୍ୱରେ ହଠାତ ଅଭିଯୁକ୍ତ ଦ୍ୱୟ ସାହୁଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ ଝାମ୍ପି ଦେଇ ଆଖିପିଛୁଳାକେ ଭୁବନେଶ୍ୱର ଅଭିମୁଖେ ଚମ୍ପଟ ମାରିଥିଲେ । ଅନ୍ୟପଟେ ଦୁର୍ବୃତ୍ତଙ୍କ ଚେନ ଝାମ୍ପିବା ବେଳେ ସ୍କୁଟିରୁ ଖସିପଡି ସାହୁଙ୍କ ପତ୍ନୀ ଗୁରୁତର ଭାବେ ଆହତ ହୋଇଥିଲେ । ସେ ପତ୍ନୀଙ୍କୁ ମେଡିକାଲରେ ଭର୍ତିି କରିବା ସହ ଘଟଣା ସଂକ୍ରାନ୍ତରେ ସଦର ଥାନାରେ ଏତଲା ଦେଇଥିଲେ । ତେବେ ଏହାର କିଛି ଦିନ ପରେ ସହରରେ ସମାନ ଧରଣର ଏକାଧିକ ଲୁଟ ଘଟଣା ସାମ୍ନାକୁ ଆସିଥ୍ଖଲା । ରାଜପଥ ହେଉ ବା ମହାନଦୀ, କାଠଯୋଡି ରିଂରୋଡରେ ଏକାକୀ ଯାଉଥିବା ଅନେକ ଲୋକ ଏଭଳି ଲୁଟର ଶିକାର ହୋଇଥିଲେ ।

ଏନେଇ ବିଭିନ୍ନ ଥାନାରେ ଅଭିଯୋଗର ଫର୍‌ଦ୍ଦ ଲମ୍ବିଥ୍ଖଲା । ଏଭଳି ସ୍ଥିତିରେ ଲୁଟେରାଙ୍କୁ କାବୁ କରିବା ଲାଗି ସଦର ଥାନା ସହିତ ବାଦାମବାଡି ଥାନା ଓ ସ୍ପେଶାଲ ସ୍କ୍ୱାଡ ମିଳିତ ଭାବେ ତଦନ୍ତ ଆରମ୍ଭ କରୁଥ୍ଖଲେ । ଏହା ମଧ୍ୟରେ ଗତ ଶନିବାର ସଦର ଥାନା ଅଂଚଳରେ ପୁନର୍ବାର ସମାନ ଧରଣର ଏକ ଲୁଟଘଟଣା ସାମ୍ନାକୁ ଆସିଥିଲା । ପୋଲିସ ତଦନ୍ତ କରି ଲୁଟରେ ସଂପୃକ୍ତ ମୁନା ଓ ପାକାକୁ ଗିରଫ କରିବାରେ ସଫଳ ହୋଇଥିଲା । ତେବେ ଗଲା ୬ ମାସ ହେବ ଜାତୀୟ ରାଜପଥ ଓ ରିଂରୋଡରେ ଲୁଟପାଟ କରୁଥିବା ଦୁଇ ଅଭିଯୁକ୍ତ ଜେରା ବେଳେ ସେମାନେ ସ୍ୱୀକାର କରିଥିଲେ । ସମସ୍ତ ଲୁଟ ଅଳଙ୍କାରକୁ ଅଭିଯୁକ୍ତ ଦ୍ୱୟ ମହମ୍ମଦିଆ ବଜାର ଅଂଚଳରେ ରହୁଥିବା ସଞ୍ଜୟକୁ ବିକ୍ରି କରୁଥିଲେ । ଏହି ବିଷୟ ଜାଣିବା ପରେ ପୋଲିସ ତୁରନ୍ତ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରିଥିଲା । ସଞ୍ଜୟ ପେଷାରେ ଜଣେ ବଣିଆ ହୋଇଥିବାରୁ ଚୋରି ସୁନା ଅଳଙ୍କାରକୁ ତରଳାଇ ସେଗୁଡିକୁ ପୁଣି ବିକ୍ରି କରୁଥିଲା । ଗିରଫ ଅଭିଯୁକ୍ତଙ୍କ ଠାରୁ ମୋଟ ୭ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ୧୧୯.୩୫୦ ଗ୍ରାମର୧୧ଟି ସୁନା ଚେନ, ୧୪.୫୭୦ ଗ୍ରାମ ସୁନାର ହଳେ କାନଫୁଲ, ମୁଦି, ଲକେଟ ଓ ୧୦୭.୩୧ ଗ୍ରାମ ରୂପା ଅଳଙ୍କାର ରହିଛି । ଏଥିସହିତ ଗୋଟିଏ ପଲସର ବାଇକ(କେଏ-୫୩-ଇଆର-୮୩୭୩), ଗୋଟିଏ ନମ୍ବର ବିହୀନ ବାଇକ ଓ ୪ଟି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ସଦର ଥାନାରେ ୮ଟି, ବାଦାମବାଡି. ମଧୁପାଟଣା ଓ ମର୍କତନଗର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି । ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.