ବିଭିନ୍ନ ଅଞ୍ଚଳରେ ଅବକାରୀ ସ୍କ୍ଵାର୍ଡର ଚଢାଉ, ବିପୁଳ ପରିମାଣର ମଦ ଜବତ, ୫ ଗିରଫ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ଭୁବନେଶ୍ଵର ଅବକାରୀ ସ୍କ୍ଵାର୍ଡ ପକ୍ଷରୁ ବାଲିଅନ୍ତାର ବିଭିନ୍ନ ଅଂଚଳରେ ଚଢାଉ କରାଯାଇଛି । ବିପୁଳ ପରିମାଣର ମଦ ଜବତ ସହ ବେଆଇନ୍ ଭାବେ ମଦ ବିକ୍ରି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଅବକାରୀ ସ୍କ୍ଵାର୍ଡ ।  ଶୁକ୍ରବାର ଦିନ ସକାଳୁ ବାଲିଅନ୍ତା ଥାନା ଭୁବନପୁର, ନହରକଣ୍ଟା, ବଇଁଚୁଆ , ଭିଙ୍ଗାରପୁର ଏବଂ ସରକଣା ଗ୍ରାମରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଭୁବନପୁର ଗ୍ରାମରୁ ୩୦ ବୋତଲ, ନହରକଣ୍ଟା ଗ୍ରାମରୁ ୬ ଲିଟର ଦେଶୀ ମଦ, ବଇଁଚୁଆ ଗ୍ରାମରୁ ୨୫ ବୋତଲ ଦେଶୀ ମଦ, ଭିଙ୍ଗାରପୁର ଗ୍ରାମରୁ ୨୫ ବୋତଲ ଆସ୍କା ଫୋର୍ଟି, ସରକଣା ଗ୍ରାମରୁ ୧୦୫ ବୋତଲ ବିଦେଶୀ ମଦ ଜବତ କରିଛି ସ୍କାର୍ଡ । ଚୋରା ମଦ କାରବାରରେ ଭୁବନପୁରର ମନୋରଂଜନ ଦାସ, ନହରକଣ୍ଟା ଗ୍ରାମର ଅକ୍ଷୟ ଭୋଇ, ବଇଁଚୁଆ ଗ୍ରାମର ଚନ୍ଦନ ସାହୁ, ଭିଙ୍ଗାରପୁରର ରମା ନାୟକ, ସରକଣା ଗ୍ରାମର ସୁମନ୍ତ ନାୟକଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

Leave A Reply

Your email address will not be published.