ଦାୟିତ୍ୱ ନେଲେ ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ କୁଳପତି, ଆଗରେ ଅନେକ ଆହ୍ୱାନ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଘୋଷଣା ହେବାର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ। ବିଶ୍ବବିଦ୍ୟାଳୟ ଇତିହାସରେ ପ୍ରଥମଥର ଲାଗି ଜଣେ ମହିଳା ପ୍ରଫେସର୍‌ ଭାବେ ସେ ଏହି ସମ୍ମାନାସ୍ପଦ ପଦରେ ଅଧିଷ୍ଠିତ ହୋଇଛନ୍ତି। ଗୁଣାତ୍ମକ ଶିକ୍ଷା ସହ ଗବେଷଣା, ରାଜନୀତି, ଗଣ୍ଡଗୋଳ, ବୋମାମାଡ଼ ପରି ସମସ୍ୟା ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ଆଗକୁ ନେବା ଲାଗି ପ୍ରଫେସର୍‌ ଆଚାର୍ଯ୍ୟଙ୍କ ଆଗରେ ଅନେକ ଆହ୍ବାନ ରହିଛି। କ୍ୟାମ୍ପସରୁ ଅଣଛାତ୍ର ତଡ଼ିବା ହେଉ ଅଥବା ଡିଜିଟାଇଜ୍‌ କରିବା। ପୂର୍ବତନ କୁଳପତିମାନଙ୍କ ଅଧାଗଢ଼ା କାର୍ଯ୍ୟକୁ ଆଗକୁ ନେବା ବି ତାଙ୍କ ପାଇଁ ଆଉ ଏକ ଆହ୍ବାନ। ପୂର୍ବତନ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କଠାରୁ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.