ଅମର୍ଦ୍ଦାରୋଡ, (ଏସଏ ନ୍ୟୁଜ୍):
ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଭାନୁପୁର ଗ୍ରାମର ଦେବେନ୍ଦ୍ର ଲେଙ୍କାଙ୍କ ପୁଅ ସୁନିଲ ଦୁଇବର୍ଷ ତଳେ ବୋଳଂ ଗ୍ରାମର ରତ୍ନାକର ମଣ୍ଡଳଙ୍କ ଝିଅ ସବିତାଙ୍କୁ ପ୍ରେମବିବାହ କରିଥିଲେ , ବିବାହ ସମୟରେ ବର ଘରର ଦାବି ମୁତାବକ ସମସ୍ତ ଆସବାବପତ୍ର ଦେଇଥିଲେ , ପରେ ଜ୍ୱାଇଁ ସୁନିଲ ଏକ ମଟର ସାଇକେଲ ଦାବି କରି ବିଭିନ୍ନ ସମୟରେ ସବିତା ଙ୍କୁ ପିଟାମରା କରୁଥିଲେ , ଏନେଇ ସବିତା ବାରମ୍ବାର ବାପଘରେ ଅଭିଯୋଗ କରି ଆସୁଥିଲେ , ଝିଅର ଦୁଖଃ ସହି ନପାରି ଧାନକଟା ପରେ ଗାଡି ଦେବେ ବୋଲି ସବିତାଙ୍କ ବାପା ପ୍ରତିଶୃତି ଦେଇଥିଲେ , ତେବେ ଗତକାଲି ସୁନିଲ ଅତ୍ୟଧିକ ମଦ୍ୟପାନ କରି ପରିବାର ଲୋକଙ୍କ ସହାୟତା ରେ ହତ୍ଯା କରିଛନ୍ତି ବୋଲି ସବିତାଙ୍କ ବାପଘର ଲୋକେ ସିଂଲା ଥାନା ରେ ଅଭିଯୋଗ କରିଛନ୍ତି , ଉକ୍ତ ଅଭିଯୋଗକୁ ଭିତି କରି ପୋଲିସ କେସ ନମ୍ବର ୧୩୪/୨୦ରେ ଏକ ମାମଲା ରଜୁ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛ । ଏହି ଘଟଣାରେ ପୋଲିସ ସ୍ୱାମୀ ସୁନିଲଙ୍କୁ ଅଟକ ରଖି ପଚରାଉଚରା କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
Prev Post