୨୯ ଜିଲ୍ଲାରୁ ୨୮୧୯ ନୂଆ ପଜିଟିଭ ଚିହ୍ନଟ : ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ୨୯ଟି ଜିଲ୍ଲାରୁ ଆଜି ୨୮୧୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୬୯୧ ଚିହ୍ନଟ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନରୁ ୧୧୨୮ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆନ୍ତ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ପାଇଛି । ସେହିଭଳି ଖୋର୍ଦ୍ଧାରୁ ସର୍ବାଧିକ ୪୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକ-୨୫୭, ଗଞ୍ଜାମ-୧୯୨,ବରଗଡ-୧୩୭, ସମ୍ବଲପୁର-୧୪୫, ଗଜପତିରୁ ୬୨, ଜଗତସିଂହପୁର୪୮, ନୟାଗଡ-୬୪ ମାଲକାନଗିରି-୮୩ କନ୍ଧମାଳ-୪୪, ମୟୁରଭଞ୍ଜ -୨୧୯, ଢେ଼ଙ୍କାନାଳ-୧୦୦, ବାଲେଶ୍ୱର-୧୦୫, ପୁରୀ-୧୦୯, ରାୟଗଡା -୧୪୭, ଝୁରସୁଗୁଡା -୬୩, କେନ୍ଦ୍ରାପଡା-୬୨, ସୁନରଗଡ- ୫୭୦-, ସୋନପୁର-୧୪, ଅନୁଗୋଳ-୨୩, ଗଜପତି-୬୨ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ୯ ଜଣଙ୍କ ପ୍ରାଣହାନୀ ଘଟିଛି । ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି । କଟକରୁ ସର୍ବାଧିକ ୩ ଜଣଙ୍କ ମୃତୁ୍ୟ ଘଟିଛି । ଜଣେ ମହିଳା ହୋଇଥିବାବେଳେ ୨ ଜଣ ପୁରୁଷ ଥିବା ଜଣାପଡିଛି । ସେହିଭଳି ବଲାଙ୍ଗିର,ମାଲକାନଗିରି, ରାୟଗଡା ଏବଂ ଗଞ୍ଜାମ ଜଣେ ଲେଖାଁଏ ଆଖି ବୁଜିଥିବାବେଳେ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣଙ୍କ ପ୍ରାଣହାନୀ ଘଟିଛି । ସେହିଭଳି ରାଜ୍ୟରେ କରୋନା ଆରୋଗ୍ୟ ସଂଖ୍ୟା ୫୦ ହଜାର ଟପିଯାଇଛି ।

Leave A Reply

Your email address will not be published.