ନୂଆଁଖାଇ ପାଇଁ ସଟଡାଉନ ହେଲା କୋହଳ

ସମ୍ବଲପୁର/ରାଉରକେଲା: ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ପାଇଁ ଚାରିଆଡେ ଚଳଚଂଳଚ ପରିବେଶ ସୃଷ୍ଟି ହୋଇଛି । ଆସନ୍ତାକାଲି ଗଣପର୍ବ ନୂଆଁଖାଇ ପାଳନ କରିବେ ପଶ୍ଚିମଓଡିଶାବାସୀ । ଘରେ ଘରେ ପିଠାପଣାଠାରୁ ଆରମ୍ଭ କରି ନୂଆ ପୋଷାକ ପରିଧାନ ନୂଆଁଖାଇ ପାଳିବେ ପଶ୍ଚିମଓଡିଶାବାସୀ । ରାଜ୍ୟରେ କରୋନା କଟକଣା ଯୋଗୁଁ ବିଭିନ୍ନ ଜିଲ୍ଲାରେ ସଟଡାଉନ କଟକଣା ଜାରି କରାଯାଇଛି । ନୂଆଁଖାଇ ରବିବାର ଦିନ ପଡୁଥିବାରୁ ସଟଡାଉନ କଟକଣାକୁ କୋହଳ କରିବ ଜିଲ୍ଲା ପ୍ରଶାସନ । ପଶ୍ଚିମଓଡିଶାର ଭାଇ,ଭଉଣୀ ଓ ପିଲାଛୁଆମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ନୂଆଁଖାଇ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.