ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ୫ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର(ଏସ୍‌ଏନ୍ୟୁଜ): ଭାରତୀୟ ପାଣିପାଗ ବିଭାଗ ି ୫ଟି ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ, ୮ ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରଛି । ୨୪ ଘଂଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ସତର୍କତା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ରାଜ୍ୟର ୫ଟି ଜିଲ୍ଲାରେ ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କାର୍ଯ୍ୟାଳୟ । ସେଥିପାଇଁ ସଂପୃକ୍ତ ଜିଲ୍ଳାରେ ରହୁଥିବା ଅଧିବାସୀ ତଥା ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଇଦେଇଛି । ତେବେ ଏହି ଜିଲ୍ଲାଗୁଡିକ ମଧ୍ୟରେ କୋରାପୁଟ, ବରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗୁଡିକ ରହିଛି । ସେପଟେ ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ବରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ବି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ଏବଂ ମାଲକାନଗିରି ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଉ ଏହାସହ କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେ଼ଙ୍କାନାଳ, ଯାଜପୁର ଏବଂ ବାଲେଶ୍ୱର ଭଳି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ କାଟାଗୋରୀରେ ରଖିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକର ମଥାନି ଠାରେ ଜଳକା ନଦୀର ଜଳସ୍ତର ବିପଦସଂକେତର ଉଦ୍ଧ୍ୱର୍ରେ ପ୍ରବାହିତ ହେଉଥିଲେ ମଧ୍ୟ ମଧ୍ୟ କୌଣସି ବନ୍ୟା ପରିସ୍ଥିତିର ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ଜଣାଇଛି । ବର୍ତମାନ ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ଠାରେ ବିପଦସଙ୍କେତର ସାମାନ୍ୟ ଉପରେ ପ୍ରବାହିତ ହେଉଅଛି ।
ଉଲ୍ଳେଖଯୋଗ୍ୟ ଯେ,ହେଲେ ଚଳିତ ବର୍ଷ ମୌସୁମୀ ଜନିତ ବୃଷ୍ଟିପାତ ଫଳରେ ରାଜ୍ୟରେ ମୋଟ ୫ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରୁ ସର୍ବାଧିକ ତିନି ଜଣ ରହିଥିବା ବେଳେ ବଲାଙ୍ଗୀର ଓ ଦେଓଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି । ତିନି ଜଣଙ୍କର କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ନଦୀରେ ଭାସି ଜୀବନ ଯାଇଛି ।

Leave A Reply

Your email address will not be published.