ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇ ବୁଧବାର ବଡ ପଦକ୍ଷେପ ଗ୍ରହଣ କରିଛି। ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଦିଲ୍ଲୀ ମ୍ୟାଚରେ ବାଣ ନ ଫୁଟାଇବାକୁ ବିସିସିଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଇସିସିକୁ ଅବଗତ କରିଥିବା ଜୟ ଶାହାଙ୍କ ପକ୍ଷରୁ ସୂଚନା ମିଳିଛି।
ଆସନ୍ତାକାଲି ମୁମ୍ବାଇରେ ଭାରତ ଶ୍ରୀଲଙ୍କାକୁ ଭେଟିବ। ଏହାସହ ଆସନ୍ତା ସୋମବାର ଦିଲ୍ଲୀରେ ବାଂଲାଦେଶ-ଶ୍ରୀଲଙ୍କା ମୁକାବିଲା ହେବ।