ଆଇପିଏଲ୍ ୧୫: ଗୁଜରାଟ ଟାଇଟନ୍ସର ସହଜ ବିଜୟ

ଚେନ୍ନାଇର ନବମ ପରାଜୟ

ମୁମ୍ବାଇ:  ଆଇପିଏଲର ୬୨ତମ ମୁକାବିଲାରେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଗୁଜରାଟ ଚେନ୍ନାଇ ସୁପର କିଙ୍ଗ୍ସକୁ ୭ ଓ୍ଵିକେଟ୍‌ରେ ହରାଇଛି ଗୁଜରାଟ୍ ଟାଇଟନ୍ସ । ଗୁଜରାଟ ପଏଣ୍ଟ ଟେବୁଲରେ ନିଜର ଶୀର୍ଷ ସ୍ଥାନ ଆହୁରି ମଜବୁତ କରି ପାରିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଦଳ ଗୁଜରାଟ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୩ ରନ କରିଥିଲା। ଋତୁରାଜ ଗାଏକଓ୍ଵାଡ ସର୍ବାଧିକ ୫୩ ରନ କରିଥିବା ବେଳେ ଏନ ଜଗଦୀଶନ ୩୭ ରନ କରିଥିଲେ। ମୋଇନ ଅଲ୍ଲୀ ୨୧ ରନ କରିଥିଲେ। ତେବେ ଦଳ ଦ୍ରୁତ ବ୍ୟାଟିଂ କରିପାରି ନଥିଲା। ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ୧୯ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ରଶିଦ ଖାନ, ଅଲଜାରୀ ଯୋଶେଫ ଏବ ସାଇ କିଶୋର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଜବାବରେ ଗୁଜରାଟ ଟାଇଟନ୍ସ ୧୯.୧ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ୧୩୪ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଋଦ୍ଧିମାନ ଶାହା ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ଶାହା ୫୭ ବଲରୁ ୮ ଚୌକା ଏବଂ ୧ ଛକା ସହ ୬୭ ରନ କରିଛନ୍ତି। ତାଙ୍କ ସହ ଡେଭିଡ୍ ମିଲର ୧୫ ରନ କରି ଅପରାଜିତ ଥିଲେ। ଶୁବମାନ ଗିଲ୍ ୧୮ ଏବଂ ମାଥ୍ୟୁ ଓ୍ଵେଦ ୨୦ ରନ କରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୭) ସଅଳ ଆଉଟ୍ ହୋଇଥିଲେ। ଆଇପିଏଲରେ ପଦାର୍ପଣ ମ୍ୟାଚ୍ ଖେଳିଥିବା ଚେନ୍ନାଇ ବୋଲର ମଥିସା ପାଥିରାନା ୨୪ ରନ ଦେଇ ୨ଟି ଏବଂ ମୋଇନ ଅଲ୍ଲୀ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

Leave A Reply

Your email address will not be published.