ଥୋମାସ କପ୍ ଜିତି ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ୍ ଦଳ

ନୂଆଦିଲ୍ଲୀ: ଭାରତ ଜିତିଲା ଥୋମାସ୍ କପ୍ । ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ୍ ଦଳ । ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଦଳର ଥୋମାସ୍ କପ୍ ହାସଲ । ଫାଇନାଲରେ ଇଣ୍ଡନେସିଆକୁ ୩-୦ରେ ପରାଜୟ କଲା ଭାରତ ।

ନକଆଉଟରେ ଚୀନ ଓ ଜାପାନକୁ ମାତ୍ ଦେଇଥିଲା ଭାରତୀୟ ବ୍ୟାଡମିଣ୍ଟନ୍ ଦଳ । ଦୀର୍ଘ ୭୩ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ବିଜୟ ହାସମ କରିଛି ଭାରତ । ଟାଇଟଲ ଜିତାଇଲେ ଲକ୍ଷ୍ୟ ସେନ୍ , ସାତ୍ତିକ୍ ଚିରାଗ୍ , କିଦାମ୍ବି ଶ୍ରୀକାନ୍ତ । ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଆଜି ଭାରତ ପାଇଁ ଐତିହାସିକ ଦିନ ବୋଲି ମୋଦି କହିଛନ୍ତି।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଭାରତୀୟ ବ୍ୟାଡମିଣ୍ଟନର ଏହି ସଫଳତା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.