ଆଇପିଏଲ୍-୧୫: ଶେଷ ବଲ୍ ରେ ଗୁଜରାଟର ବିଜୟ

ମୁମ୍ବାଇ : ୱାଙ୍ଖେଡେ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ୪୦ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷରେ ଗୁଜରାଟ ଟାଇଟାନ୍ସ ୫ ୱିକେଟ୍‌ର ରେମାଞ୍ଚକର ବିଜୟ ହାସଲ କରିଛି । ଅନ୍ତିମ ଓଭର୍‌ରେ ବିଜୟ ପାଇଁ ୨୨ ରନ୍ ଆବଶ୍ୟକ ଥିବାବେଳେ ରାହୁଲ ଟେୱଟିଆ (୪୦*) ଓ ରଶିଦ୍ ଖାନ୍ ଚାରିଟି ଛକା ମାରି ଟିମ୍‌କୁ ବିଜୟୀ କରାଇଥିଲେ ।

ଟେୱଟିଆ ୨୧ ବଲ୍‌ରେ ୪ ଚୌକା ଓ ୨ ଛକା ସହାୟତାରେ ଅପରାଜିତ ୪୦ ରନ୍ କରିଥିବା ବେଳେ ରଶିଦ୍ ଖାନ୍ ୧୧ ବଲ୍‌ରେ ୪ ଚୌକା ସହାୟତାରେ ୩୧ ରନ୍ କରି ଅପରାଜିତ ଥିଲେ । ଏହି ବିଜୟ ଫଳରେ ଗୁଜରାଟ ଟାଇଟାନ୍ସ ୮ ମ୍ୟାଚ୍‌ରୁ ୭ ବିଜୟ ସହ ୧୪ ପଏଣ୍ଟ ନେଇ ଟେବଲ୍ ଶୀର୍ଷକୁ ଉଠିଛି ।

Leave A Reply

Your email address will not be published.