୬ ଟିମକୁ ନେଇ ୨୦୨୩ରୁ ମହିଳା ଆଇପିଏଲ୍!

ନୂଆଦିଲ୍ଲୀ : ଆସନ୍ତା ବର୍ଷ ମହିଳା ଆଇପିଏଲ୍ ଆୟୋଜନ ପାଇଁ ଗତ ମାସରେ ଅନୁଷ୍ଠିତ ଗଭର୍ଣ୍ଣିଂ କାଉନ୍‌ସିଲ୍ ବୈଠକରେ ବସ୍ତୁତଃ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଯଦିଓ ବିସିସିଆଇ ପକ୍ଷରୁ କୌଣସି ଠୋସ୍ ସୂଚନା ଦିଆଯାଇନାହିଁ, ତଥାପି ଆସନ୍ତା ବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ କରିବା ସକାଶେ ବିସିସିଆଇ ପକ୍ଷରୁ ଏବେଠାରୁ ଯୋଜନା ଆରମ୍ଭ ହୋଇଯାଇଥିବା ଜନୈକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି ।

ଏକ ଇଂରାଜୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଉକ୍ତ ଅଧିକାରୀ ଜଣକ କହିଛନ୍ତି ଯେ ପ୍ରଥମ ସଂସ୍କରଣରେ ୬ଟି ଟିମ୍‌କୁ ନିଆଯିବାର ଯୋଜନା ରହିଛି । ଅବଶ୍ୟ ଅଦ୍ୟାବଧି ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ତେବେ ଖୁବଶୀଘ୍ର ଟିମ୍ ସଂଖ୍ୟା ଓ ୱିଣ୍ଡୋ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି । ସେହିପରି ଏକାଧିକ ଫ୍ରାଞ୍ଚାଇଜି ମହିଳା ଆଇପିଏଲ୍‌ରେ ଭାଗନେବା ସକାଶେ ଆଗ୍ରହ ଦେଖାଇସାରିଛନ୍ତି । ଏବେ ଅକ୍ସନ୍ ପ୍ରଣାଳୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବିଚାରବିମର୍ଶ ଚାଲିଛି ବୋଲି ଅଧିକାରୀ ଜଣକ କହିଛନ୍ତି ।

Leave A Reply

Your email address will not be published.