ଆଇପିଏଲରେ ଆଜି କେକଆର ବନାମ ଆରସିବି

ନୂଆଦିଲ୍ଲୀ : ଆଇପିଏଲରେ ଆଜି ମୁହାଁମୁହିଁ ହେବେ କେକଆର ଓ ଆରସିବି। କେକେଆରେ ପ୍ରଥମ ମ୍ୟାଚରେ ପୂର୍ବ ବର୍ଷର ଚମ୍ପିଆନକୁ ହରାଇଥିଲା। ସେହିପରି ଆରସିବି ପ୍ରଥମ ମ୍ୟାଚରେ ପଂଜାବଠାରୁ ପରାସ୍ତ ହୋଇଥିଲା। ତେବେ ଏହି ମ୍ୟାଚ ଜିତି ଆରସିବି ପ୍ରଥମ ବିଜୟ ହାସଲ କରିବାର ଲକ୍ଷ ଥିବାବେଳେ କେକେଆର ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଚେଷ୍ଟା କରିବ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭:୩୦ରେ ଏହି  ମ୍ୟାଚ ଖେଳାଯିବ।

ସମ୍ଭାବ୍ୟ ଏକାଦଶ: ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଦୀନେଶ କାର୍ତ୍ତିକ (ୱିକେଟ ରକ୍ଷକ), ଶେରଫେନ୍ ରଦରଫୋର୍ଡ, ୱାନିଣ୍ଡୁ ହାସାରଙ୍ଗା, ଡେଭିଡ ୱିଲି, ହର୍ଷଲ ପଟେଲ, ଶାହବାଜ ଅହମ୍ମଦ, ଆକାଶ ଦୀପ, ମହମ୍ମଦ ସିରାଜ

ସମ୍ଭାବ୍ୟ ଏକାଦଶ: ଭେଙ୍କଟେଶ ଆୟର୍, ଅଜିଙ୍କ୍ୟ ରାହାନେ, ନୀତୀଶ ରାଣା, ଶ୍ରେୟସ୍ ଆୟର (ଅଧିନାୟକ), ସାମ୍ ବିଲିଙ୍ଗସ୍, ଆଣ୍ଡ୍ରେ ରସେଲ, ଶେଲଡନ୍ ଜ୍ୟାକସନ (ୱିକେଟ ରକ୍ଷକ), ସୁନୀଲ ନାରିନ, ଶିବମ ମାଭି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ

Leave A Reply

Your email address will not be published.