ମିଆମି ଓପନ୍: କ୍ୱାର୍ଟର୍ରେ ବୋପନ୍ନା

ମିଆମି : ଚଳିତ ମିଆମି ଓପନ୍ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ଶୀର୍ଷ ଡବଲ୍ସ ଖେଳାଳି ରୋହନ୍ ବୋପନ୍ନା । ସେ ତାଙ୍କ ଯୋଡ଼ିଦାର କାନାଡାର ଡେନିସ୍ ଶାପୋଭାଲୋଭ୍‌ଙ୍କ ସହ ମିଶି ରବିବାର ପ୍ରିକ୍ୱାର୍ଟର୍ ମୁକାବିଲାରେ ଟପ୍ ସିଡ୍ କ୍ରୋଏସିଆର ନିକୋଲା ମେକଟିକ୍‌-ମେଟ୍ ପାଭିକ୍ ଯୋଡ଼ିକୁ ପରାସ୍ତ କରି ପ୍ରତିଯୋଗିତାରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଭାରତ-କାନାଡା ଯୋଡ଼ି ମ୍ୟାଚ୍‌କୁ ୬-୩, ୭-୬(୩) ସେଟ୍‌ରେ ଜିତିନେଇଛନ୍ତି ।

ଏଥିସହ ଗତ ମାସରେ ବୋପନ୍ନା-ଶାପୋଭାଲୋଭ୍ ଯୋଡ଼ି ଏଟିପି୫୦୦ ଦୁବାଇ ଇଭେଣ୍ଟ୍‌ରେ ବରଣ କରିଥିବା ପରାଜୟର ପ୍ରତିଶୋଧ ନେଇଛନ୍ତି । କ୍ୱାର୍ଟର୍‌ରେ ଏହି ଯୋଡ଼ିର ମୁକାବିଲା ନେଦରଲାଣ୍ଡ୍‌ର ୱେସ୍‌ଲି କୁଲହୋପ୍ ଓ ବ୍ରିଟେନ୍‌ର ନୀଲ୍ ସ୍କୁପ୍‌ସ୍କି ଯୋଡ଼ି ସହ ହେବ । କାରଣ କୁଲହୋଫ୍‌-ସ୍କୁପ୍‌ସ୍କି ଯୋଡ଼ି ପ୍ରିକ୍ୱାର୍ଟର୍ ମୁକାବିଲାରେ ସ୍ପେନ୍‌ର ପେଡ୍ରୋ ମାର୍ଟିନେଜ୍ ଓ ଇଟାଲୀର ଲୋରେଞ୍ଜୋ ସୋନେଗୋ ଯୋଡ଼ିକୁ ୬-୩, ୭-୬(୮) ସେଟ୍‌ରେ ପରାସ୍ତ କରିଛନ୍ତି ।

Leave A Reply

Your email address will not be published.