ଆଜିଠାରୁ ଆଇପିଏଲ୍: ୧୧ ବର୍ଷ ପରେ ୧୦ ଟିମ୍

ମୁମ୍ବାଇ : ଶନିବାରଠାରୁ ଫଟାଫଟ୍ କ୍ରିକେଟ୍‌ର ରାଜା କୁହାଯାଉଥିବା ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେଉଛି । ଗତ ବର୍ଷ କୋଭିଡ୍ ପାଇଁ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାରୁ ଏଥର କେବଳ ମହାରାଷ୍ଟ୍ରର ୪ଟି ଗ୍ରାଉଣ୍ଡ୍‌ରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବା ସକାଶେ ନିଷ୍ପତ୍ତି ହୋଇଛି । ଫଳସ୍ୱରୂପ ଟିମ୍‌ଗୁଡ଼ିକୁ ଆଉ ବିମାନର ବ୍ୟବହାର କରିବା ଦରକାର ନାହିଁ । ଏଥିସହ ୧୧ ବର୍ଷ ପରେ ୧୦ଟି ଟିମ୍‌କୁ ନେଇ ଆଇପିଏଲ୍ ଖେଳାଯିବ । ଶେଷ ଥର ପାଇଁ ଗତ ୨୦୧୧ରେ ୧୦ଟି ଫ୍ରାଞ୍ଚାଇଜି ଆଇପିଏଲ୍‌ରେ ଭାଗନେଇଥିଲେ । ତେଣୁ ଲିଗ୍ ମ୍ୟାଚ୍ ସଂଖ୍ୟା ୬୦ରୁ ୭୪କୁ ବଢ଼ିଯାଇଛି । ଅବଶ୍ୟ ପୂର୍ବ ପରି ପ୍ରତିଟି ଦଳ ୧୪ଟି ଲେଖାଏଁ ମ୍ୟାଚ୍ ଖେଳିବେ । କିନ୍ତୁ ଏଥର ଟିମ୍‌ଗୁଡ଼ିକୁ ଦୁଇଟି ପୁଲ୍‌ରେ ବିଭକ୍ତ କରାଯାଇଛି ଓ ପ୍ରଦର୍ଶନ ଭିତ୍ତିରେ ସେମାନଙ୍କୁ ର‌୍ୟାଙ୍କିଙ୍ଗ୍ ମଧ୍ୟ ଦିଆଯାଇଛି ।

ଦୁଇ ବର୍ଷ ପରେ ଆଇପିଏଲ୍ ସମ୍ପୂର୍ଣ୍ଣ ଭାବେ ଭାରତରେ ଖେଳାଯିବ । ତାଛଡ଼ା କୋଭିଡ୍ ସଂକ୍ରମଣ କାରଣରୁ ୨୦୨୦ ଓ ୨୦୨୧ରେ ଦର୍ଶକ ଷ୍ଟାଡିୟମ୍‌କୁ ଆସିପାରି ନ ଥିବା ବେଳେ ଏଥର ୨୫ ପ୍ରତିଶତ ଦର୍ଶକ ମ୍ୟାଚ୍‌ର ସିଧାସଳଖ ମଜା ଉଠାଇପାରିବେ । ତେଣୁ ପୂର୍ବାପେକ୍ଷା ଏଥର ଆଇପିଏଲ୍‌ର କଳେବର ବୃଦ୍ଧି ପାଇଛି । ଦୁଇ ନୂଆ ଟିମ୍ ଭାବେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ଓ ଗୁଜରାଟ ଟାଇଟନ୍ସ ମଇଦାନକୁ ଓହ୍ଲାଇବେ । ସେମାନଙ୍କ ସହ ପୂର୍ବର ୮ଟି ଟିମ୍ ଟାଇଟଲ୍ ପାଇଁ ଲଢ଼େଇ କରିବେ ।

ସମ୍ଭାବ୍ୟ ଚେନ୍ନାଇ ସୁପର୍ କିଙ୍ଗ୍‌ସ: ଋତୁରାଜ ଗାଏକ୍ୱାଡ୍‌, ରବିନ୍ ଉଥାପ୍ପା, ଡେଭନ୍ କୋନୱେ, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା (ଅଧିନାୟକ), ଶିବମ୍ ଦୁବେ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍‌କିପର୍‌), ଡ୍ୱେନ୍ ବ୍ରାଭୋ, ରାଜ୍ୟବର୍ଦ୍ଧନ ହଙ୍ଗର୍ଗେକର, କ୍ରିସ୍ ଜୋର୍ଡାନ୍‌/ମହୀଶ ତିକ୍‌ଶାନା ଓ ଆଡାମ୍ ମିଲ୍‌ନୋସମ୍ଭାବ୍ୟ କୋଲ୍‌କାତା ନାଇଟ୍ ରାଇଡର୍ସ: ଭେଙ୍କଟେଶ ଆୟର୍‌, ଆଜିଙ୍କ୍ୟ ରାହାଣେ, ଶ୍ରେୟସ୍ ଆୟର୍ (ଅଧିନାୟକ), ନୀତିଶ ରାଣା, ସାମ୍ ବିଲିଙ୍ଗ୍‌ସ (ୱିକେଟ୍‌କିପର୍‌), ଆନ୍ଦ୍ରେ ରସେଲ୍‌, ସୁନୀଲ ନରିନ୍‌, ଚାମିକା କରୁଣାରତ୍ନେ, ଶିବମ୍ ମାଭି, ବରୁନ୍ ଚକ୍ରବର୍ତ୍ତୀ, ଉମେଶ ଯାଦବ/ରଶିଖ୍ ସଲାମ୍ ଦର୍ ।

Leave A Reply

Your email address will not be published.