ମିତାଲି ଓ ଝୁଲନ୍‌ଙ୍କ ରେକର୍ଡ

ହାମିଲ୍‌ଟନ୍‌ : ଚଳିତ ବିଶ୍ୱକପ୍‌ର ଶନିବାର ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ଦୁଇ ଭେଟେରାନ୍ ଖେଳାଳି କ୍ୟାପ୍‌ଟେନ୍ ମିତାଲି ରାଜ୍ ଓ ପେସର୍ ଝୁଲନ୍ ଗୋସ୍ୱାମୀ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ମିତାଲି ବିଶ୍ୱକପ୍‌ର ସର୍ବାଧିକ ମ୍ୟାଚ୍‌ରେ ନେତୃତ୍ୱ ନେବାରେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର୍ ହୋଇଛନ୍ତି। ସେ ମୋଟ ୨୪ଟି ବିଶ୍ୱକପ୍ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିବା ବେଳେ ଶନିବାର ଅଷ୍ଟ୍ରେଲିଆର ବେଲିଣ୍ଡା କ୍ଲାର୍କଙ୍କ ରେକର୍ଡ (୨୩ ମ୍ୟାଚ୍‌) ଭଙ୍ଗ କରିଛନ୍ତି।

ସେହିପରି ଗତ ରବିବାର ମିତାଲି ଛଅଟି ବିଶ୍ୱକପ୍ ଖେଳିବାରେ ପ୍ରଥମ ମହିଳା ଏବଂ ସଚିନ୍ ତେନ୍ଦୁଲକର ଓ ଜାଭେଦ୍ ମିଆଁଦାଦ୍‌ଙ୍କ ପରେ ତୃତୀୟ କ୍ରିକେଟର୍ ହେବାର ଗୌରବ ଲାଭ କରିଥିଲେ। ଅନ୍ୟପକ୍ଷରେ ଚକ୍‌ଦା ଏକ୍ସପ୍ରେସ ଭାବେ ପ୍ରସିଦ୍ଧ ୩୯ ବର୍ଷୀୟା ଝୁଲନ୍ ଶନିବାର ଆଇସିସି ମହିଳା ବିଶ୍ୱକପ୍ ଇତିହାସରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର୍ ହୋଇଛନ୍ତି। ସେ ଅଷ୍ଟ୍ରେଲିଆର ଲିନେଟ୍ ଆନ୍ ଫୁଲ୍‌ଷ୍ଟନ୍‌ଙ୍କ ୩୯ଟି ୱିକେଟ୍‌ର ରେକର୍ଡ ଭାଙ୍ଗିଛନ୍ତି। ଶନିବାର ଇଣ୍ଡିଜ୍‌ର ଅନିସା ମହମ୍ମଦଙ୍କୁ ଆଉଟ୍ କରି ସେ ଏହି ଉପଲବ୍ଧି ହାସଲ କରିଥିଲେ। ଫୁଲ୍‌ଷ୍ଟନ୍ ୨୦ ମ୍ୟାଚ୍‌ରେ ୩୯ଟି ୱିକେଟ୍ ନେଇଥିବା ବେଳେ ଝୁଲନ୍ ୩୧ତମ ମ୍ୟାଚ୍‌ରେ ତାଙ୍କୁ ଅତିକ୍ରମ କରିଛନ୍ତି।

Leave A Reply

Your email address will not be published.