ବେଙ୍ଗାଲୁରୁ ଟେଷ୍ଟ୍ ପାଇଁ ଫେରିଲେ ଅକ୍ଷର

ନୂଆଦିଲ୍ଲୀ : ଚଳିତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ୍‌ର ଅନ୍ତିମ ମ୍ୟାଚ୍ ଆସନ୍ତା ୧୨ତାରିଖଠାରୁ ବେଙ୍ଗାଲୁରୁଠାରେ ଆରମ୍ଭ ହେବାକୁ ଥିବା ବେଳେ ଘରୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବାମହାତୀ ସ୍ପିନର୍ ତଥା ବ୍ୟାଟ୍ସମ୍ୟାନ୍ ଅକ୍ଷର ପଟେଲ୍ । ଏଥିସହ ଟିମ୍‌ରେ ୩ ଜଣ ବାମହାତୀ ସ୍ପିନର୍‌ଙ୍କ ଆବଶ୍ୟକତା ନ ଥିବାରୁ ଟିମ୍ ମ୍ୟାନେଜ୍‌ମେଣ୍ଟ୍ କୁଲଦୀପ ଯାଦବଙ୍କୁ ରିଲିଜ୍ କରିଛି । ଟେଷ୍ଟ୍ ସିରିଜ୍ ଆରମ୍ଭ ପୂର୍ବରୁ ଅକ୍ଷରଙ୍କୁ ଟିମ୍‌ରେ ସାମିଲ୍ କରାଯାଇଥିଲା । କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନ ଥିବାରୁ ତାଙ୍କୁ ପ୍ରଥମ ଟେଷ୍ଟ୍‌ରୁ ବାଦ୍ ଦିଆଯାଇଥିଲା ।

ତେବେ ଇତିମଧ୍ୟରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇସାରିଥିବାରୁ ତାଙ୍କୁ ବେଙ୍ଗାଲରୁ ଟେଷ୍ଟ୍ ପାଇଁ ଟିମ୍‌ରେ ସାମିଲ୍ କରାଯାଇଛି । ଗୁଜରାଟ ସ୍ପିନର୍ ଅକ୍ଷର ଶେଷ ଥର ପାଇଁ ଗତ ଡିସେମ୍ବରରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ଟେଷ୍ଟ୍‌ରେ ଖେଳିଥିଲେ । ସୂଚନାଯୋଗ୍ୟ ଯେ ଭାରତ ଚଳିତ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଇନିଂସ ଓ ୨୨୨ ରନ୍‌ରେ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।

Leave A Reply

Your email address will not be published.