ବାହରିନ୍ ଓ ବେଲାରୁଷ୍ ବିପକ୍ଷ ମ୍ୟାଚ୍ ରୁ ଛେତ୍ରୀ ବାଦ୍

ନୂଆଦିଲ୍ଲୀ : ଆସନ୍ତା ୨୩ ଓ ୨୬ ତାରିଖରେ ଭାରତୀୟ ଫୁଟବଲ୍ ଟିମ୍ ଯଥାକ୍ରମେ ବାହରିନ୍ ଓ ବେଲାରୁଷ୍ ବିପକ୍ଷରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ । ଏଥିସକାଶେ ଆସନ୍ତା ବୁଧବାରଠାରୁ ପୁଣେଠାରେ ପ୍ରସ୍ତୁତି ଶିବିର ଆରମ୍ଭ ହେଉଛି । ତେବେ ଏହି ଦୁଇଟି ମ୍ୟାଚ୍‌ରେ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଖେଳିବେ ନାହିଁ ବୋଲି ସୋମବାର ସୂଚନା ଦେଇଛନ୍ତି ।

ଏଆଇଏଫ୍‌ଏଫ୍ ୱେବ୍‌ସାଇଟ୍‌ରେ ସ୍ଥାନ ପାଇଥିôବା ଏକ ସୂଚନାନୁସାରେ, ନିକଟ ଅତୀତରେ ବ୍ୟସ୍ତ କାର୍ଯ୍ୟସୂଚୀ କାରଣରୁ ଛେତ୍ରୀ ଥକି ପଡ଼ିଛନ୍ତି । ତା’ଛଡ଼ା ସେ ସାମାନ୍ୟ ଆହତ ମଧ୍ୟ ଅଛନ୍ତି । ଏହି ଆଘାତରୁ ମୁକ୍ତି ପାଇବା ସକାଶେ ତାଙ୍କୁ କିଛି ଦିନ ସମୟ ଲାଗିବ । ବାହରିନ୍ ଓ ବେଲାରୁଷ୍ ବିପକ୍ଷ ମ୍ୟାଚ୍ ଖେଳି ନ ପାରୁ ନ ଥିବାରୁ ସେ ବେଶ୍ ଦୁଃଖୀତ ବୋଲି ଛେତ୍ରୀ କହିବା ସହ ଆସନ୍ତା ମେ’ରେ ହେବାକୁ ଥିବା ପ୍ରସ୍ତୁତି ଶିବିରରେ ଫିଟ୍‌ନେସ୍ ପାଇଁ ଭରପୂର ଉଦ୍ୟମ କରିବେ ବୋଲି କହିଛନ୍ତି । ବୁଧବାରଠାରୁ ଆରମ୍ଭ ହେଉଥିବା ପ୍ରସ୍ତୁତି ଶିବିର ସକାଶେ ଗତ ସୋମବାର ଏକ ୩୮ଜଣିଆ ସମ୍ଭାବ୍ୟ ଦଳ ମୁଖ୍ୟ କୋଚ୍ ଇଗୋର୍ ଷ୍ଟିମାକ୍ ଘୋଷଣା କରିଥିଲେ । ଉକ୍ତ ଦଳରେ ଛେତ୍ରୀଙ୍କ ନାମ ଥିଲେ ମଧ୍ୟ ସୋମବାର ଏଥିରୁ ତାଙ୍କ ନାମକୁ ହଟାଇ ଦିଆଯାଇଛି । ଘୋଷିତ ଦଳରେ ଗୋଲକିପର୍ ପ୍ରଭସୁଖନ୍ ଗିଲ୍ ଓ ମହମ୍ମଦ ନୱାଜ୍‌, ଡିଫେଣ୍ଡର୍ ଦୀପକ ଟାଙ୍ଗ୍ରି ଓ ରୋଶନପ୍ ସିଂହ, ମିଡଫିଲ୍‌ଡର୍ ବିକ୍ରମ ପ୍ରତାପ ସିଂହ, ଭିପି ସୁହେର୍‌, ଅନିକେତ ଯାଦବ ଓ ଜେରୀ ଏମ.ଙ୍କ ପରି ଖେଳାଳି ପ୍ରଥମ ଥର ପାଇଁ ଜାତୀୟ ଶିବିର ସକାଶେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.