ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍: ୨ରେ ମିତାଲି ସ୍ଥିର

ଦୀପ୍ତି ଶର୍ମା, ରିଚା ଘୋଷ ଓ ମେଘନା ଉଠିଲେ

ଦୁବାଇ : ଆଇସିସି ପକ୍ଷରୁ ମଙ୍ଗଳବାର ମହିଳା ଦିନିକିଆର ବ୍ୟାଟିଂ ର଼୍ୟାଙ୍କିଙ୍ଗ୍ ଜାରୀ ହୋଇଛି । ଏହି ର଼୍ୟାଙ୍କିଙ୍ଗ୍ ରେ ଭାରତର ଦୀପ୍ତି ଶର୍ମା ଦୁଇଟି ସ୍ଥାନର ସୁଧାର ସମୟ ୧୮ ନମ୍ବରରେ ପହଞ୍ଚିଥିବା ବେଳେ ରିଚା ଘୋଷ ୧୫ ସ୍ଥାନର ଲମ୍ଫ ପ୍ରଦାନ କରି ୫୪ ନମ୍ବରକୁ ଉଠିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଏବଂ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା କ୍ୟାପ୍‌ଟେନ୍ ମିତାଲି ରାଜ୍ ନିଜ ଦ୍ୱିତୀୟ ସ୍ଥାନରେ ସ୍ଥିର ଅଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଭାରତୀୟ ମହିଳା ଟିମ୍‌ର ପ୍ରଦର୍ଶନ ବର୍ତ୍ତମାନ ସୁଦ୍ଧା ନିରାଶାଜନକ ଥିଲେ ମଧ୍ୟ ର଼୍ୟାଙ୍କିଙ୍ଗ୍ ରେ ଭାରତୀୟ ଖେଳାଳିଙ୍କୁ ଫାଇଦା ମିଳିଛି । ତୃତୀୟ ଦିନିକିଆରେ ଅପରାଜିତ ୬୯ ରନ୍‌ର ଇନିଂସ୍ ଖେଳିଥିବା ଦୀପ୍ତି ଶର୍ମା ବ୍ୟାଟିଂ ର଼୍ୟାଙ୍କିଙ୍ଗ୍ ରେ ଦୁଇଟି ସ୍ଥାନର ଉନ୍ନତି ସହ ୧୮ ନମ୍ବରରେ ପହଞ୍ଚିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ୪ ୱିକେଟ୍ ହାସଲ କରିବା ଫଳରେ ସେ ୬ଟି ସ୍ଥାନର ଉନ୍ନତି ସହ ୧୩ଶ ସ୍ଥାନରେ ପହଞ୍ଚିଛନ୍ତି ।

ସେହିପରି ଅନୁଭବୀ ଫାଷ୍ଟ ବୋଲର୍ ଝୁଲନ୍ ଗୋସ୍ୱାମୀ ଶୀର୍ଷ ୧୦ରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ସେ ବୋଲିଂ ସୂଚୀର ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି । ନ୍ୟୁଜିଲାଣ୍ଡ ଅଲ୍‌ରାଉଣ୍ଡର୍ ଆମେଲିଆ କେର୍ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ଯଥାକ୍ରମେ ଶତକ ଓ ଅର୍ଦ୍ଧଶତକ ହାସଲ କରିବା ଫଳରେ ବ୍ୟାଟିଂ ଓ ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ସୁଧାର କରିବାରେ ସଫଳ ହୋଇଛନ୍ତି । ସେ ବ୍ୟାଟିଂ ସୂଚୀରେ ୨୧ଟି ସ୍ଥାନର ଉନ୍ନତି ସହ ନଂ୨୨ ଓ ଅଲ୍‌ରାଉଣ୍ଡର୍ ସୂଚୀରେ ୭ଟି ସ୍ଥାନର ଉନ୍ନତି ସଂ ନଂ୬ରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.