ଜୋକୋଭିଚ୍ଙ୍କ ବର୍ଷର ପ୍ରଥମ ବିଜୟ

ଦୁବାଇ : ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ଜୋକୋଭିଚ୍ ଚଳିତ ବର୍ଷର ପ୍ରଥମ ବିଜୟ ହାସଲ କରିଛନ୍ତି । ଦୁବାଇ ଓପନ୍‌ର ପ୍ରଥମ ରାଉଣ୍ଡ୍‌ରେ ସେ ଇଟାଲୀର ଟିନ୍‌ଏଜର୍ ଲୋରେଞ୍ଜ୍ ମୁସେଟ୍ଟିଙ୍କୁ ୬-୩, ୬-୩ ସେଟ୍‌ରେ ହରାଇ ଦେଇ ଷଷ୍ଠ ଟାଇଟଲ୍ ଅଭିମୁଖେ ଆଗେଇଛନ୍ତି । ଦର୍ଶକରେ ଖଚାଖଚ୍ ଦୁବାଇ ଡ୍ୟୁଟି ଫ୍ରି ଟେନିସ୍ ଷ୍ଟାଡିୟମ୍‌ରୁ ଦର୍ଶକ ଜୋକୋଭିଚ୍‌ଙ୍କୁ ସ୍ୱାଗତ କରିଥିଲେ ।

ସୂଚନାଯୋଗ୍ୟ, ୧୦ମ ଅଷ୍ଟ୍ରେଲିଆନ୍ ଓପନ୍ ଓ ୨୧ଶ ଗ୍ରାଣ୍ଡ୍‌ସ୍ଲାମ୍ ଆଶାରେ ଥିବା ୩୪ ବର୍ଷୀୟ ସର୍ବିୟାନ୍ ଖେଳାଳିଙ୍କୁ ଗତମାସରେ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ବଡ଼ ଧକ୍କା ଲାଗିଥିଲା । କୋଭିଡ୍‌-୧୯ ଭ୍ୟାକ୍ସିନ୍‌ର ଉଭୟ ଡୋଜ୍ ନେଇନଥିବାରୁ ତାଙ୍କୁ ସେଠାରୁ ନିର୍ବାସିତ ହେବାକୁ ପଡ଼ିଥିଲା ।

Leave A Reply

Your email address will not be published.