ଟି-୨୦: ଓ୍ଵେଷ୍ଟଇଣ୍ଡିଜକୁ ୮ ରନରେ ହରାଇ ସିରିଜ୍ ଜିତିଲା ଭାରତ

କୋଲକାତା : କୋଲକାତାର ଇଡେନ ଗାର୍ଡେନରେ ହେଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ୮ ରନରେ ହରାଇ ଟି-୨୦ ସିରିଜ୍ ହାତେଇଛି ଟିମ୍ ଇଣ୍ଡିଆ । ଶେଷ ଓଭରରେ ୪ଟି ବଲରେ ୪ଟି ଛକା ଦରକାର ଥିଲା । କିନ୍ତୁ ହର୍ଷଲ ପଟେଲଙ୍କ ଉପରେ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରାଭମେନ୍ ପାୱେଲେ ଓ କିରଣ ପୋଲାର୍ଡ ନିଜର ସାଥୀ କାଲୋର୍ସ ବ୍ରାଥୱେଟ୍ ଆବଶ୍ୟକ ରନ୍ ପୂରଣ କରିପାରି ନଥିଲେ । ଫଳରେ ଟିମ୍ ଇଣ୍ଡିଆ ୮ ରନ୍‌ରେ ଏହି ମ୍ୟାଚ୍‌କୁ ଜିତିଛି । 

କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ବିନିମୟରେ ୧୮୬ ରନ୍ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ୩ ୱିକେଟ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା । ଭାରତ ଚଳିତ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି । ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲା ଆସନ୍ତା ୨୦ ତାରିଖରେ ଖେଳାଯିବ । 

ବିରାଟ କୋହଲ ୪୧ଟି ବଲ ଖେଳି ୫୨ ରନ୍ ସଂଗ୍ରହ କରିଥିଲେ । ଋଷଭ ପନ୍ତ ୨୮ଟି ବଲ ଖେଳି ଅପରାଜିତ ୫୨ ରନ୍ କରିଥିଲେ । ଏହି ଉଭୟ ଖେଳାଳି ସମାନ ରନ କରିବା ସହିତ ୭-୭ ଚୌକା ଓ ଗୋଟିଏ ଲେଖାଏଁ ଛକା ମାରିଥିଲେ । ପନ୍ତ ଓ ଭେଙ୍କଟେଶ ଆୟର(୩୩ ରନ୍‌) ୫ମ ୱିକେଟ୍ ପାଇଁ ୩୫ଟି ବଲରେ ୭୬ ରନ୍ କରିଥିଲେ ।

Leave A Reply

Your email address will not be published.