୨ୟ ଦିନିକିଆ : ଭାରତ ୨-୦ରେ ସିରିଜ୍ ଆଗୁଆ

ଅହମ୍ମଦାବାଦ : ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଏଠାରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିକୁ ୪୪ ରନରେ ହରାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ୬୪ ରନ ଏବଂ ବୋଲର ପ୍ରସିଦ୍ଧ କ୍ରିଷ୍ଣା ୪ ଓ୍ଵିକେଟ୍ ବଳରେ ଭାରତ ମ୍ୟାଚ୍ ଜିତିବାରେ ସଫଳ ହୋଇଛି। ରୋହିତ ବାହିନୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହାତେଇବା ସହ ୨-୦ରେ ଅଗ୍ରଣୀ  ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୩୭ ରନ କରିଥିଲା।  ଜବାବରେ ଓ୍ଵେଷ୍ଟଇଣ୍ଡିଜ ୪୬ ଓଭରରେ ୧୯୩ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ସାମରା ବ୍ରୁକ୍ସ ୪୪ ରନ କରିଥିବା ବେଳେ ଆକେଲ  ହସେନ ୩୪ ରନ କରିଛନ୍ତି। ପ୍ରସିଦ୍ଧ କ୍ରିଷ୍ଣା ୯ ଓଭରରେ ମାତ୍ର ୧୨ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି।

Leave A Reply

Your email address will not be published.