ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ, ୨୧୦ ରନରେ ଦ. ଆଫ୍ରିକା ଅଲଆଉଟ

କେପ୍‌ ଟାଉନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବୋଲର ଭଳ ବୋଲିଂ କରିଛନ୍ତି । ଦ୍ୱିତୀୟ ଦିବସରେ ଭାରତୀୟ ବୋଲରଙ୍କ ଶାଣିତ ଓ ଶୃଙ୍ଖଳିତ ବୋଲିଂ ଫଳରେ ୨୧୦ ରନ୍‌ରେ ସୀମିତ ରହିଛି ଆୟୋଜକ ଦଳ । ଯଶପ୍ରୀତ ବୁମ୍‌ରା ସର୍ବାଧିକ ୫ ୱିକେଟ୍‌ ହାସଲ କରିଛନ୍ତି ।

ସେହିପରି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦୁଇ ଓପ୍ନରଙ୍କୁ ହରାଇଛି ଏବଂ ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍‌ ହରାଇ ୫୭ ରନ୍‌ କରିଛି । ଫଳରେ ଭାରତ ମୋଟ ୭୦ ରନରେ ଆଗୁଆ ରହିଛି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଧିନାୟକ ବିରାଟ୍‌ କୋହଲି ୧୪ ଓ ଚେତେଶ୍ୱର ପୂଜାରା ୯ ରନ୍‌ କରି ଅପରାଜିତ ରହିଛନ୍ତି ।

Leave A Reply

Your email address will not be published.