ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ଓଡ଼ିଶାରୁ ୨ ଜଣ ମହିଳା ଭାରଉତ୍ତଳନକାରୀ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ଓଡ଼ିଶାରୁ ୨ ଜଣ ମହିଳା ଭାରଉତ୍ତଳନକାରୀ । ଉଜବେକିସ୍ତାନର ତାସକେଣ୍ଟରେ ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଓଡ଼ିଶାରୁ ୨ ଜଣ ମହିଳା ଭାରଉତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତା ଖେଳିବା ପାଇଁ ଉଜବେକିସ୍ତାନର ତାସକେଣ୍ଟରେ ପହଞ୍ଚିଛନ୍ତି । ଆସନ୍ତା ଶନିବାର ଦିନ ଦୁଇ ଓଡ଼ିଆ ଭାରଉତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନଙ୍କ ପ୍ରତିଯୋଗିତା ରହିଛି । ପ୍ରତିଯୋଗିତାରେ ଏହି ଦୁଇ ଓଡ଼ିଆ ଭାରଉତ୍ତଳନକାରୀ ନିଜ ଦେଶ ପାଇଁ ମେଡାଲ ଆଣିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.