ଇଂଲଣ୍ଡକୁ ୨-୧ରେ ହରାଇ ସରିଜ୍‌ ହାତେଇଲା ଭାରତ

ପୁନେ: ନିର୍ଣ୍ଣାୟକ ଲଢେଇରେ ଭାରତର ରୋମାଞ୍ଚକର ବିଜୟ । ଟି-୨୦, ଟେଷ୍ଟ ପରେ ଦିନିକିଆ ସିରିଜ୍ ଜିତି ହୋଲି ଉପହାର ଭେଟି ଦେଲା ବିରାଟ ବାହିନୀ । ଲଢିଲା ଇଂଲଣ୍ଡ, ହେଲେ ଶେଷରେ ବାଜି ମାରିନେଲା ଟିମ୍ ଇଣ୍ଡିଆ । ଇଂଲଣ୍ଡକୁ ୨-୧ରେ ହରାଇ ସରିଜ୍‌ ହାତେଇଲା ଭାରତ । ଇଂଲଣ୍ଡକୁ ୭ ରନରେ ପରାସ୍ତ କରିଛି ଭାରତ ।

ପ୍ରଥମେ ଟସ୍‌ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା । ୪୮.୨ ଓଭର ଖେଳି ଭାରତ ଅଲ୍ଆଉଟ୍‌ ହୋଇଥିଲା । ଇଂଲଣ୍ଡ ଆଗରେ ୩୩୦ ରନର ବିଜୟ ଲକ୍ଷ ରଖିଥିଲା ଭାରତ । ତେବେ ୩୩୦ ରନ୍‌ର ବିଜୟ ଲକ୍ଷ ନେଇ ଇଂଲଣ୍ଡ ମଇଦାନକୁ ଓହ୍ଲାଇଥିବା ବେଳେ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ୱିକେଟ୍‌ ହରାଇ ୩୨୨ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ସାମ୍‌ କୁରନ୍‌ ସର୍ବାଧିକ ୯୫ ରନ୍‌ କରିଥିବା ବେଳେ ଡେଭିଡ୍‌ ମଲନ ଦ୍ୱିତୀୟ ସର୍ବାଧିକ ୫୦ ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେଇଂଲଣ୍ଡର ଜାସନ୍ ରୟ ୧୪ ରନ୍ , ଜନି ବେୟାରଷ୍ଟୋ ୧ ରନ୍, ବେନ୍ ଷ୍ଟୋକସ ୩୫ ରନ୍, ଜୋସ୍ ବଟଲର ୧୫ ରନ୍ ଓ ମୋଇନ୍ ଅଲ୍ଲି ୨୯ ରନ୍ କରି ଆଉଟ୍ ହୋଇଥିଲେ ।

ଭାରତ ପକ୍ଷରୁ ଓପନର ଶିଖର ଧାଓ୍ୱନ ୬୭ ରନ୍ କରିଥିବା ବେଳେ ରୋହିତ ଶର୍ମା କରିଥିଲେ ୩୭ ରନ୍ । କ୍ୟାପଟେନ୍ କୋହଲି ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ । ତେବେ ହାର୍ଡ ହିଟର ରିସଭ ପନ୍ଥ ୭୮ ରନ୍ କରିଥିବା ବେଳେ ୬୪ ରନ୍ କରିଥିଲେ ହାର୍ଦିକ୍ ପାଣ୍ଡ୍ୟା । ସେହିଭଳି କ୍ରୁନାଲ ପାଣ୍ଡ୍ୟା ୨୫ ରନ୍ ଓ ଶାର୍ଦୁଳ ଠାକୁର ୩୦ ରନ୍ କରିଥିଲେ ।

Leave A Reply

Your email address will not be published.