ଜୁନିୟର ବିଶ୍ୱକପ ହକି: ଜର୍ମାନୀ ଠାରୁ ୪-୨ରେ ମ୍ୟାଚ ହାରିଲା ଭାରତ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବେଲଜିୟମ ବିପକ୍ଷରେ ଭାରତ ୧-୦ ରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳି ଜିତିଥିଲା । ଏହି ଜିତାପଟ ଫଳରେ ସେମିଫାଇନାଲରେ ପ୍ରବେଶ କରିଥିଲା । ମାତ୍ର ଆଜି ଅନୁଷ୍ଠିତ ମ୍ୟାଚରେ ଭାରତର ଜୁନିଅର ହକି ବିଶ୍ୱକପ ବିଜେତା ଆଶା ମଉଳି ଯାଇଛି । ବିଶ୍ୱକପ ଆଶା ଭାରତର ଧୂଳିସାତ । ସେମିଫାଇନଲରେ ଜର୍ମାନୀ ଠାରୁ ୪-୨ ଗୋଲରେ ହାରି ଟ୍ରଫିଠୁ ଦୂରେଇଲା ଡିଫେଣ୍ଡିଂ ଚାମ୍ପିୟନ୍‌ ଭାରତ । ଆରମ୍ଭରୁ ହିଁ ଜର୍ମାନୀ ଖେଳାଳି ଆଟାକିଙ୍ଗ ଗେମ ଖେଳିବା ସହ ଭାରତୀୟ ଗୋଲ ପୋଷ୍ଟ ଉପରେ ବାରମ୍ବାର ଆକ୍ରମଣ କରିଥିଲେ । ଭାରତୀୟ ଖେଳାଳି ମଧ୍ୟ ଆଜି ଅତ୍ୟନ୍ତ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲେ ।

ଭାରତ ପକ୍ଷରୁ ଉତମ ସିଂହ ମ୍ୟାଚର ୨୫ ମିନିଟରେ ଏବଂ ମ୍ୟାଚର ଶେଷ ମିନିଟରେ ବବି ସିଂହ ଗୋଲ କରିପାରିଥିଲେ । ଭାରତୀୟ ଦଳ ପରାଜୟ ସହ ତୃତୀୟ ସ୍ଥାନ ପାଇଁ ଫ୍ରାନ୍ସ ବିପକ୍ଷରେ ଆସନ୍ତା ରବିବାର ପଡିଆକୁ ଓହ୍ଲାଇବ । ସେହିପରି ଦ୍ୱିତୀୟ ଦଳ ଭାବେ ଜର୍ମାନୀ ଫାଇନାଲ୍‌ ଟିକେଟ ହାତେଇଛି । ଆସନ୍ତା ରବିବାର ସନ୍ଧ୍ୟା ୭.୩୦ ରେ ଜୁନିୟର ହକି ବିଶ୍ୱକପର ଗ୍ରାଣ୍ଡ ଫାଇନାଲ୍‌ ମ୍ୟାଚ ଜର୍ମାନୀ ଓ ଆର୍ଜେଂଟିନା ମଧ୍ୟରେ ଖେଳାଯିବ ।

Leave A Reply

Your email address will not be published.