ମେଣ୍ଟର ମାହିଙ୍କୁ ନେଇ ବିରାଟଙ୍କ ବଡ ବୟାନ : ଧୋନିଙ୍କ ଉପସ୍ଥିତି ଟିମର ମନୋବଳ ବଢାଇବାରେ ବିଶେଷ ସହାୟକ ହେବ

ଦୁବାଇ: ମେଣ୍ଟର ଭାବେ ଧୋନିଙ୍କ ଉପସ୍ଥିତି ଟିମର ମନୋବଳ ବଢାଇବାରେ ବିଶେଷ ସହାୟକ ହେବ କହିଲେ ବିରାଟ କୋହଲି । ଭାରତୀୟ କ୍ୟାପେଟନ ବିରାଟ କୋହଲି ଶନିବାର ICC ପୁରୁଷ ଟି-୨୦ ବିଶ୍ବକପରେ ମହେନ୍ଦ୍ର ସିଂହ ଧୋନି ମେଣ୍ଟର ହେବାନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ମେଣ୍ଟର ଭାବେ ଧୋନିଙ୍କ ଉପସ୍ଥିତି ଟିମର ମନୋବଳ ବଢାଇବାରେ ବିଶେଷ ସହାୟକ ହୋଇଛି । ଧୋନିଙ୍କ ପାଖରେ ଅନେକ ଅଭିଜ୍ଞତା ରହିଛି । ପୁନଃ ଭାରତୀୟ କ୍ୟାମ୍ପ୍‌କୁ ଫେରୁଥିବାରୁ ଧୋନି ଉତ୍ସାହିତ ଥିବା କହିଛନ୍ତି କୋହଲି ।

ଧୋନି ଖେଳୁଥିବା ସମୟରେ ଆମେ କ୍ୟାରିୟର ଆରମ୍ଭ କରିଥିଲୁ, ସେ ସର୍ବଦା ଆମ ସମସ୍ତଙ୍କର ମେଣ୍ଟର ହୋଇ ରହିଛନ୍ତି । ଏବେ ସେ ସମାନ କାର୍ଯ୍ୟ କରିବାକୁ ଟିମ ସହ ସାମିଲ ହେବେ । ଟି-୨୦ ବିଶ୍ବକପ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ପକ୍ଷରୁ ଆୟୋଜିତ କ୍ୟାପଟେନ୍‌ସ କଲ୍‌ ଅବସରରେ ଏହା କହିଛନ୍ତି କୋହଲି ।

ଟିମ ଇଣ୍ଡିଆ ଆଗାମୀ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଅଭିଯାନ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ । ଅକ୍ଟୋବର ୨୪ରେ ଏହି ହାଇଭୋଲଟେଜ ଲଢେଇ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ।

Leave A Reply

Your email address will not be published.