ଟି-୨୦ ଫର୍ମାଟରୁ ଝୁଲନ ଗୋସ୍ୱାମୀଙ୍କ ଅବସର

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ତଥା ଭେଟେରାନ ପେସର ଝୁଲନ ଗୋସ୍ୱାମୀ ଟି-୨୦ରୁ ଅବସର ଘୋଷଣା କରିଛନ୍ତି । ଫଳରେ ସେ ନଭେମ୍ବରରେ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଆଇସିସି ୱାର୍ଲ୍ଡ ଟି-୨୦ରେ ଅଂଶଗ୍ରହଣ କରିବେନି । ସେ ୬୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୫୬ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ୩୫ ବର୍ଷ ବୟସ୍କା ଝୁଲନ କେବଳ ଦିନିକିଆ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି ।ଏହି ଫର୍ମାଟରେ ସେ ବିଶ୍ୱର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । ବେଙ୍ଗଲର ଏହି କ୍ରିକେଟର ୧୬୯ ଦିନିିକିଆରୁ ୨୦୦ଟି ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.