ଦୂତିଙ୍କୁ କୃତଜ୍ଞତା ଜଣାଇଲା ଓଡିଶା ଅଲମ୍ପିକ ଆସୋସିଏସନ

ଓଡିଶାର ଦୌଡରାଣୀ ଦୂତି ଚାନ୍ଦ ସମ୍ମାନଜନକ ପୁରସ୍କାର ଅର୍ଜୁନ ଆୱାର୍ଡରେ ପୁରସ୍କୃତ ହେବେ । ଏଥିଲାଗି କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି । ଚଳିତବର୍ଷ ଜାତୀୟ କ୍ରୀଡା ପୁରସ୍କାର ଘୋଷଣା ଅବସରରେ ଦୂତିଙ୍କ ନାମ ଏହି ପୁରସ୍କାର ଲାଗି ଚୟନ କରାଯାଇଛି । ଓଡିଶାର ଦୌଡରାଣୀ, ଅଲମ୍ପିଆନ, ଜାତୀୟ ରେକର୍ଡଧାରୀ ଦୂତିଙ୍କ ଏହି ସଫଳତା ଲାଗି ଓଡିଶା ଆଥଲେଟିକ ଆସୋସିଏସନ ସମ୍ପାଦକ ଆଶୀର୍ବାଦ ବେହେରା କୃତଜ୍ଞତା ଜ୍ଞାପନ କରିବା ଆଗାମୀ ଭବିଷ୍ୟତରେ ଏଭଳି ଅନେକ ପୁରସ୍କାର ହାସଲ କରନ୍ତୁ ବୋଲି ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି । ଓଡିଶା ଆଥଲେଟିକ ଆସୋସିଏସନ ଭାରପ୍ରାପ୍ତ ସାଧାରଣ ସମ୍ପାଦକ ଅଭିଜିତ ପାଲ ମଧ୍ୟ ତାଙ୍କର ଏହି ସଫଳତା ଲାଗି ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.