ଆଜି ନାଏବ ସରପଞ୍ଚ ଏବଂ ଆସନ୍ତା କାଲି ଜିଲ୍ଲା ପରିଷଦ ସଭାପତି ପାଇଁ ଭୋଟ୍

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ଗ୍ରାମପଞ୍ଚାୟତରେ ଆଜିଠୁ ନାଏବ ସରପଞ୍ଚ ପଦବୀ ଏବଂ ଆସନ୍ତା କାଲି ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୩ ତାରିଖରେ ଉପ-ସଭାପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାଏବ ସରପଞ୍ଚ ପାଇଁ ନାମାଙ୍କନ ଦାଖଲ କରାଯିବ । ଏହା ପରେ ୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଯଦି କେହି ନାମାଙ୍କନ ପ୍ରତ୍ୟାହାର କରିବାକୁ ଚାହିଁବେ ତେବେ ସେମାନେ ଦିନ ୧୨ଟା ପୁର୍ବରୁ ପ୍ରତ୍ୟାହାର କରିପାରିବେ । ପରେ ୧୨ଟାରୁ ୧ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ । 

ଜିଲ୍ଲାପାଳଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ଭୋଟ୍ ଗଣନା ପରେ ଫଳାଫଳ ପ୍ରକାଶ କରାଯିବ । ସେହିଭଳି ମାର୍ଚ୍ଚ ୧୩ ରେ ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମାର୍ଚ୍ଚ ୨୫ ରେ ଜିଲା ପରିଷଦର ସଭାପତି ପଦ ପାଇଁ ଭୋଟ୍ ଗ୍ରହଣ କରାଯିବ।

ପ୍ରାର୍ଥୀମାନଙ୍କୁ ୧୦.୩୦ଟାରୁ ୧୧.୩୦ ଟା ମଧ୍ୟରେ ନାମାଙ୍କନ ପତ୍ର ଦଖଲ କରିବେ ଏବଂ ୧୧.୩୦ ଟାରୁ ୧୨.୩୦ ଟା ମଧ୍ୟରେ ପ୍ରାଥିପତ୍ର ଯାଞ୍ଚ କରାଯିବ। ପରେ, ଯେଉଁ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଚାହାଁନ୍ତି, ସେମାନେ ୧.୩୦ ଟାରୁ ୧ ଟାପୂର୍ବରୁ ଏହା କରିପାରିବେ । ଏହା ପରେ ଭୋଟର ଗଣନା କରାଯିବ ଏବଂ ସେହି ଦିନ ସନ୍ଧ୍ୟାରେ ଫଳାଫଳ ମଧ୍ୟ ଘୋଷଣା କରାଯିବ ।

Leave A Reply

Your email address will not be published.