ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସରିଛି । ଏହି ପର୍ଯ୍ୟାୟରେ ୭୮.୬% ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୁବର୍ଣ୍ଣପୁରରୁ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ ହୋଇଛି ବୋଲି ସୂଚନା ଦେଇଛି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ । ମତଦାନକୁ ନେଇ ଦ୍ୱିତୀୟ ସ୍ଥାନରେ ରହିଛି ନବରଙ୍ଗପୁର। ନବରଙ୍ଗପୁରରେ ୮୬.୩୩% ମତଦାନ ହୋଇଛି । ସେହିପରି କୋରାପୁଟରୁ ୮୪.୭୮% ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି ।

Leave A Reply

Your email address will not be published.