୧୮ ନମ୍ବର ଜିଲ୍ଲା ପରିଷଦ ଜୋନ: ବିଜେପିରେ ତେଜୁଛି ବିଦ୍ରୋହ

ବାଲିଅନ୍ତା : ୧୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ରାଜନୈତିକ ପରିସ୍ଥିତି ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ବିଭିନ୍ନ ରାଜନୈତିକ  ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ସରଗରମ ହୋଇପଡ଼ିଥିବା ବେଳେ ଭୋଟରଙ୍କ ମହଲରେ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି। ବିଜେପି ଏବଂ କଂଗ୍ରେସ ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାର ସ୍ଥଳ ବିଶେଷରେ ସେତେଟା ଆଖିଦୃଶିଆ ହୋଇନଥିବା ବେଳେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଛି।  ବିଜେଡ଼ି ସମର୍ଥକଙ୍କ ଭାବାବେଗ ଏବଂ ପ୍ରଚାରରୁ ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ମଙ୍ଗରାଜ ବେହେରାଙ୍କ ସ୍ଥିତି ସୁଦୃଢ଼ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହିକ୍ରମରେ ବିରୋଧୀ ରାଜନୈତିକ ଦଳ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ କୁମାର ବେହେରା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ପ୍ରଚାର ବେଳେ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ତା’ ପରଠାରୁ ଦିଲ୍ଲୀପଙ୍କ ପ୍ରଚାର ଭୋଟରମାନଙ୍କୁ ସେଭଳି ପ୍ରଭାବିତ କରୁନଥିବା ଲକ୍ଷ କରାଯାଉଛି।

ସାଧାରଣ ନିର୍ବାଚନ ବେଳଠାରୁ ସ୍ଥାନୀୟ ସଂଗଠନରେ ଦେଖାଦେଇଥିବା ଦଳୀୟ ଅସନ୍ତୋଷ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଜିଲ୍ଲାପରିଷଦ ଦଳୀୟ ପ୍ରାର୍ଥୀ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ତେଣୁ ଦଳୀୟ ଟିକେଟ ନପାଇବା କାରଣରୁ ଆଶାୟୀ ସମର୍ଥକ ଗୋଷ୍ଠୀ ମଧ୍ୟ ବିଦ୍ରୋହ ଆରମ୍ଭ ‌କରିଛନ୍ତି।

Leave A Reply

Your email address will not be published.