ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଲଖନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ତତ୍ପର ହୋଇ ଉଠିଥିବା ବେଳେ ମହିଳା କାର୍ଡକୁ ନେଇ ୟୁପି ଦଖଲ ଲକ୍ଷ୍ୟରେ ଥିବା କଂଗ୍ରେସ ଜାରି କରିଛି ପ୍ରଥମ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ରହିଛି ଏମିତି ଏକ ନାଁ ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ପ୍ରାର୍ଥୀ ହେଉଛନ୍ତି ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ।

୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତରପ୍ରଦେଶର ୧୨୫ ସିଟ ପାଇଁ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଉନ୍ନାଓରୁ ଦଳ ଏଥିର ଉନ୍ନାଉ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ଆଶା ସିଂଙ୍କୁ ପ୍ରାର୍ଥୀ କରିଛି । ଆଶାଙ୍କ ନେଇ ପ୍ରିୟଙ୍କା କହିଛନ୍ତି, ଆମେ ତାଙ୍କୁ (ଉନ୍ନାଓ ପୀଡ଼ିତାଙ୍କ ମାଆ) ସଂଘର୍ଷ ଜାରି ରଖିବାକୁ ସୁଯୋଗ ଦେଇଛୁ । ଯେଉଁ କ୍ଷମତା ବଳରେ ତାଙ୍କ ଝିଅ ସହ ଅତ୍ୟାଚାର କରାଗଲା, ତାଙ୍କ ପରିବାରକୁ ବରବାଦ କରାଗଲା ସେହି କ୍ଷମତା ସେ ହାସଲ କରନ୍ତୁ ।

ପ୍ରିୟଙ୍କା ଘୋଷଣା କରିଥିବା ୧୨୫ ସିଟରୁ ୫୦ଟି ଆସନ ମହିଳାଙ୍କୁ ଦିଆଯାଇଛି । ଉନ୍ନାଓ ପୀଡ଼ିତାଙ୍କ ମାଆଙ୍କ ସମେତ କିଛି ସାମ୍ବାଦିକ, ଜଣେ ଅଭିନେତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ଦଳ ପ୍ରାର୍ଥୀ କରିଛି ।

Leave A Reply

Your email address will not be published.