ରାଜନୀତିରେ ପ୍ରବେଶ କରିବେ ହରଭଜନ!

ଚଣ୍ଡିଗଡ଼: ଶୁକ୍ରବାର କ୍ରିକେଟରୁ ଅବସର ଗ୍ରହଣ ପରେ ହରଭଜନଙ୍କୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କ୍ରିକେଟ ପିଚରେ ବୋଲିଂ କରି ବ୍ୟାଟ୍ସମାନଙ୍କୁ ଘାଇଲା କରୁଥିଲେ ହରଭଜନ । କ୍ରିକେଟ ପିଚରେ ଧମାଲ କରିବା ପରେ ଏବେ ରାଜନୀତିର ପିଚରେ ବିରୋଧୀଙ୍କୁ ଘାଇଲା କରିବା ମୁଡରେ ହରଭଜନ । ହରଭଜନ ରାଜନୀତିରେ ଏଣ୍ଟ୍ରି କରିବେ ଏହି କଥା ସେହିଦିନ ଜଣା ପଡ଼ିଥିଲା ଯେଉଁଦିନ ପଞ୍ଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ହରଭଜନଙ୍କ ସହ ଏକ ଫଟୋ ଟ୍ୱିଟରରେ ପୋଷ୍ଟ କରିଥିଲେ । ସିଦ୍ଧୁଙ୍କ ସହ ଆଲୋଚନାର ୯ ଦିନ ପରେ କ୍ରିକେଟରୁ ଅବସର ଘୋଷଣା କରି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛନ୍ତି ହରଭଜନ ।

Leave A Reply

Your email address will not be published.