ତୈଳଦର ବୃଦ୍ଧି ପ୍ରତିବାଦରେ ବାମ ଦଳର ୧୫ରେ ଓଡ଼ିଶା ବନ୍ଦ ଡାକରା, କଂଗ୍ରେସର ସମର୍ଥନ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):  ହୁ ହୁ ହୋଇ ବଢ଼ୁଛି ତୈଳଦର । ପେଟ୍ରୋଲ, ଡିଜେଲ ଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ବିଭିନ୍ନ ସାମଗ୍ରୀର ଦରଦାମ୍ ବଢ଼ି ଚାଲିଛି । ତୈଳଦରର ଅହେତୁକ ବୃଦ୍ଧିକୁ ବିରୋଧ କରିଛନ୍ତ ବାମପନ୍ଥୀ ଦଳ ଓ ବିଭିନ୍ନ ସଂଗଠନ । ସେମାନଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

ବାମ ଦଳର ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ । ବନ୍ଦକୁ କଂଗ୍ରେସ ସମର୍ଥନ କରୁଥିଲେ ସୁଦ୍ଧା  ରାସ୍ତାରୋକ କିମ୍ବା ପ୍ରତିବାଦ କରାଯିବ ନାହିଁ । ଏକଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ତେବେ ୧୫ ତାରିଖ ଗୋଟିଏ ଦିନ ଜନସାଧାରଣ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ନକିଣି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ।

Leave A Reply

Your email address will not be published.