ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ

ରାଜ୍ୟରେ ବଢି ଚାଲିଛି ଗ୍ରୀଷ୍ମ ପ୍ରକୋପ। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ ଘୋଷଣା କରାଯାଇଛି। ଏ ନେଇ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ରହିବ। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ସ୍କୁଲରେ ପାଠପଢା ହେବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଶନିବାର ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave A Reply

Your email address will not be published.