ସୁପ୍ରିମକୋର୍ଟ ଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ

ପୁରୀ : ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଖନନ ଓ ନିର୍ମାଣକୁ ନେଇ ବିବାଦ ବଢିବାରେ ଲାଗିଛି । ଏନେଇ ଏଏସଆଇ ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯାଇଛି । ମଙ୍ଗଳବାର ଶ୍ରୀ ମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯିବା ନେଇ ସୂଚନା ଦିଆଯାଇଛି ।

ବେଆଇନ ନିର୍ମାଣ ଉପରେ ଷ୍ଟେ ଅର୍ଡର ଦେବାକୁ ଆବେଦନ କରାଯିବ ବୋଲି କହିଛି କମିଟି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଜଣେ ଆଇନଜୀବୀଙ୍କୁ ନିଯୁକ୍ତି ପାଇଁ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ସୁପ୍ରିମକୋର୍ଟ ଆଡଭୋକେଟ୍ ଅନ୍ ରେକର୍ଡ ଗୌରଭ ଖାନ୍ନାଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛି ରାଜ୍ୟ ପୂର୍ତ୍ତ ବିଭାଗ ।

ବାରମ୍ବାର ପ୍ରକଳ୍ପର ଢାଞ୍ଚା ବଦଳାଯାଉଥିବାରୁ ତାଗିଦ୍ କରିବା ସହ ପରିବର୍ତ୍ତିତ ପ୍ରସ୍ତାବ ପଠାଇବାକୁ ଶ୍ରୀ ମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏନଏମଏ । ସେହିପରି ଅନୁମତି ନ ମିଳି ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ । ତେବେ ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ବିଜେପି କହିଛି ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ କିଛି ଅଫିସରର ଏପରି ବେନିୟମ କାମ କରୁଛନ୍ତି । କଂଗ୍ରେସ ବି କାମ ବନ୍ଦ କରିବାକୁ ଦାବି ରଖିଛି ।

Leave A Reply

Your email address will not be published.