ଏଭରେଷ୍ଟରେ ଜାତୀୟ ପତାକା ଉଡ଼ାଇଲେ ସିଦ୍ଧାର୍ଥ ରାଉତରାୟ

ଭୁବନେଶ୍ବର : କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ଏଭରେଷ୍ଟରେ ଉଡ଼ାଇଲେ ଜାତୀୟ ପତାକା । ପୂର୍ବରୁ ତିନିଟି ମହାଦେଶର ଉଚ୍ଚତମ ଗିରିଶୃଙ୍ଗକୁ ସେ ସଫଳତାର ସହ ଆରୋହଣ କରିଛନ୍ତି । ଉତ୍ତର ଆମେରିକାର ମାଉଣ୍ଟ ଦେନ୍ନାଲି, ଦକ୍ଷିଣ ଆମେରିକାର ମାଉଣ୍ଟ ଆକୋନ୍‌କାଗୁଆ ଓ ଆଫ୍ରିକାର କିଲିମାଞ୍ଜେରୋ ।

ସେହିପରି ସାତୋଟି ମହାଦେଶର ସାତୋଟି ଶିଖର ଆରୋହଣ ସହ ଶ୍ରୀଜଗନ୍ନାଥ ମନ୍ଦିରର ବାନା ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସିଦ୍ଧାର୍ଥ ରାଉତରାୟ । ଏବେ ସେ ଆମେରିକାର ସିଲିକନ ଭ୍ୟାଲିରେ ରହୁଛନ୍ତି ।

Leave A Reply

Your email address will not be published.