ବେପରୁଆ ଗାଡି ଚାଳକଙ୍କ ଉପରେ ‘ଦିଶା’ ର ନଜର

ଭୁବନେଶ୍ୱର:  ଅମାନିଆ ଗାଡିଚାଳକ ସାବଧାନ! ବେପରୁଆ ଭାବେ ଗାଡି ଚଲାଉଥିବା ଚାଳକଙ୍କୁ ଏଥର ଜଗିବ ଦିଶା। ଦିଶାର ନଜରରେ ରହିବେ ଦୃତ ଗତିରେ ଚଳାଉଥିବା ଚାଳକ ମାନେ। ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା ସହ ବେପରୁଆ ଗାଡି ଚାଳନା ଉପରେ ରୋକ୍‌ ଲାଗାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଦିଶା। ଦିଶାର ଅର୍ଥ ହେଉଛି ଡ୍ରାଇଭିଂ ଇଲେକ୍ଟୋନିକ ଏନଫୋର୍ସମେଣ୍ଟ ଟୁ ସେଭ୍‌ ହ୍ୟୁମାନ ଲାଇଫ୍‌।

ରାମେଶ୍ୱର ଠାରୁ ପାଣିକୋଇଲି ପର୍ଯ୍ୟନ୍ତ ଦୀର୍ଘ ୧୪୦ କିଲୋମିଟର ରାସ୍ତାରେ ଏହି ଯୋଜନା କାର୍ଯ୍ୟକାରୀ ହେବ।   ଏହି ରାଜପଥର ୨୧ଟି ସ୍ଥାନରେ ରାସ୍ତାର ଦୁଇ ପାର୍ଶ୍ୱରେ  କ୍ୟାମେରା ଲଗାଯିବା ସହ  ସିଗ୍‌ନାଲ  ଟାଓ୍ୱାର ଲଗାଯାଇଛି।  ଏହି କ୍ୟାମେରା ନଜରରେ ରହିବେ ଉଲ୍ଲଙ୍ଘନକାରୀ ଗାଡି ଚାଳକ।   ସେହିପରି ଓଡିଶାର ତିନ ପ୍ରବେଶ ପଥରେ  ମଧ୍ୟ ରହିଛି କ୍ୟାମେରା। କେବଳ ଆଇନ୍‌ ଉଲ୍ଲଙ୍ଘନକାରୀ ନୁହେଁ  ପଡୋଶୀ ରାଜ୍ୟ ସୀମାରୁ ପ୍ରବେଶ କରୁଥିବା ଗାଡିର ଗତିବିଧି  ଉପରେ ମଧ୍ୟ ନଜର ରଖିବ ଏହି କ୍ୟାମେରା।

୧୬ ନମ୍ବର  ଜାତୀୟ ରାଜପଥରେ  ଦୁର୍ଘଟଣା ବଢୁଥିବାରୁ  ଏବଂ ଦୁର୍ଘଟଣାକୁ ରୋକିବା ପାଇଁ  ପରିବହନ ବିଭାଗ ପକ୍ଷରୁ ଏଭଳି ଏକ ଯୋଜନା କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ  ଏଏନପିଆର ଅର୍ଥାତ୍‌  ଅଟୋମେଟିକ୍‌ ନମ୍ବର ପ୍ଲେଟ ରେକଗନାଇଜେସନ୍‌ କ୍ୟାମେରା ରହିଛି।  ସେହିପରି ଏହି କ୍ୟାମେରାରେ  ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ )ରହିଛି  ଯାହା ସ୍ପିଡ୍‌ ରେକର୍ଡ କରିବ। ଏବେ ସ୍ପିଡ୍‌ ଲିମିଟ୍‌ ଧରିବା ପାଇଁ  ୫ଟି ସ୍ଥାନରେ ପ୍ରାଥମିକ  ପର୍ଯ୍ୟାୟରେ ଆରମ୍ଭ ହୋଇଯାଇଛି  ।  

Leave A Reply

Your email address will not be published.