ଆକାଶରୁ ନିଆଁ ବର୍ଷା: ଅସହ୍ୟ ହେଉଛି ତାତି

ଭୁବନେଶ୍ୱର: ଅସହ୍ୟ ହେଉଛି ତାତି । ଦିଲ୍ଲୀ, ରାଜସ୍ଥାନ, ହରିୟାଣା ସମେତ ଓଡ଼ିଶାରେ ଆକାଶରୁ ଖସୁଛି ନିଆଁ । ଗରମ ପବନ ସାଙ୍ଗକୁ କଲବଲ କରୁଛି ଖରା । ଏପ୍ରିଲ ମାସର ଏହି ଖରାରେ ବେଶି ପ୍ରଭାବିତ ହୋଇଛନ୍ତି ସାଧାରଣ ଲୋକେ ।

ଦିନ ୯ ଟା ପରେ ଘରୁ ବାହାରିବା ମୁସକିଲ ହୋଇପଡୁଛି । ଗୁରୁବାର ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୫ ଡ଼ିଗ୍ରି ରେକର୍ଡ ହୋଇଛି। ୮ ସହରରେ ତାତି ୪୪ ଡ଼ିଗ୍ରିରୁ ଅଧିକ ରେକର୍ଡ ହୋଇଛି। ସେହିପରି ରାଜ୍ୟର ୨୫ ସହରରେ ଦିନର ତାତି ୪୦ ଡ଼ିଗ୍ରି କିମ୍ବା ଅଧିକ ଉପରେ ରେକର୍ଡ ହୋଇଥିବା ବେଳେ ୧୩ ସହରରେ ତାପମାତ୍ରା ୪୩ ଡ଼ିଗ୍ରି କେରର୍ଡ କରାଯାଇଛି।

Leave A Reply

Your email address will not be published.