ଆଜିଠୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ଵର: ଆଜିଠୁ ମାଟ୍ରିକ ପରୀକ୍ଷା । ଗ୍ରୀଷ୍ମ ପ୍ରବହକୁ ଦୃଷ୍ଟିରେ ରଖି ପ୍ରଥମ ସିଟିଂରେ ହେବ ସବୁ ପରୀକ୍ଷା । ଚଳିତ ବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ୩ ହଜାର ୫୪୦ କେନ୍ଦ୍ର ଓ ୩୧୫ଟି ନୋଡାଲ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ରୌଦ୍ର ତାପ ଯୋଗୁଁ ସବୁ ସେଣ୍ଟରରେ ପିଲାଙ୍କ ପାଇଁ ଯଥେଷ୍ଟ ପାନୀୟ ବ୍ୟବସ୍ଥା ଏବଂ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ମଧ୍ୟ ହୋଇଛି। ଏପ୍ରିଲ ୨୯ରୁ ମେ ୧୦ ପର୍ଯ୍ୟନ୍ତ ସକାଳ ୮ରୁ ଦିନ ୧୦ଟା ଯାଏଁ ଚାଲିବ ପରୀକ୍ଷା।

ମେ’ ୨ ରେ ହେବାକୁ ଥିବା ସାମାଜିକ ବିଜ୍ଞାନ ପରୀକ୍ଷା ୯ ରେ ହେବ । ମେ’ ୪ ରେ ହେବାକୁ ଥିବା ଇଂରାଜୀ ପରୀକ୍ଷା ୧୦ ତାରିଖରେ ହେବ । ଓପନ୍ ସ୍କୁଲର ୩ ଟି ପରୀକ୍ଷା ୮, ୯ ଓ ୧୦ ରେ କରାଯିବ । ପରୀକ୍ଷା ହଲରେ ମୋବାଇଲେ ବ୍ୟବହାର କରାଯାଇପାରିବନି । ହାଇସ୍କୁଲ ପରୀକ୍ଷା ସିଡ୍ୟୁଲରେ କୌଣସି ପରିବର୍ତ୍ତନ ହୋଇନାହିଁ । ପରୀକ୍ଷା ବେଳେ କୋଭିଡ୍ ନିୟମ ଅନୁପାଳନ କରାଯିବ । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାରେ ବାରଣ କରାଯାଇଛି ।  ୩୩୦୩ ପରୀକ୍ଷା କେନ୍ଦ୍ର ୩୧୫ ନୋଡାଲ ସେଣ୍ଟର ୨୧ ଟି ପୋଲିସ ଷ୍ଟେସନ ନୋଡାଲ ସେଣ୍ଟର ହୋଇଛି ।  କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ହେବ । ହିଟ୍ ୱେଭ୍ ପାଇଁ ପରୀକ୍ଷା କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ,ପିଇବା ପାଣି, ଓଆରଏସ ମହଜୁଦ ରହିଛି ବୋଲି ପ୍ରେସ ମିଟ୍ ରେ ସୂଚନା ଦିଆଯାଇଛି ।  

Leave A Reply

Your email address will not be published.