ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୧ ତାରିଖରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଡ. ସସ୍ମିତ୍ ପାତ୍ର, ଏନ୍ ଭାସ୍କର ରାଓଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେହିଭଳି କଟକ ମେୟର ନିର୍ବାଚିତ ହେବାପରେ ସୁବାସ ସିଂ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇସାରିଛନ୍ତି । ଏଣୁ ଓଡ଼ିଶାରେ ମୋଟ ୪ଟି ରାଜ୍ୟସଭା ଆସନ ପାଇଁ ଆଗକୁ ନିର୍ବାଚନ ହେବାକୁ ଯାଉଛି । ଏଣୁ ଏହି ପରିପ୍ରେକ୍ଷୀରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ ।

ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଓ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ଯଥାକ୍ରମେ ବିଷ୍ଣୁପ୍ରସାଦ ମିଶ୍ର ଓ ଗଙ୍ଗାଧର ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ । ଏ ସମ୍ପର୍କିତ ଚିଠି ରାଜ୍ୟ ବିଧାନସଭା ସଚିବାଳୟକୁ ମଧ୍ୟ ପଠାଇଦିଆଯାଇଛି । ଜୁଲାଇ ସୁଦ୍ଧା ରାଜ୍ୟସଭା ନିର୍ବାଚନ ଶେଷ ହେବ ବୋଲି କୁହାଯାଇଛି । 

Leave A Reply

Your email address will not be published.