ଆହୁରି କଲବଲ କରିବ ତାତି, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆହୁରି ୫ ଦିନ ଯାଏଁ ଟାଣ ଖରା ହେବ । ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ତାପମାତ୍ରା ବୃଦ୍ଧି ହେବ । ଆଜି ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ସୋନପୁର, ଅନୁଗୁଳ ଓ ବଲାଙ୍ଗିର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । 

ସେହିପରି ୩୦ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ମଙ୍ଗଳବାର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଝାରସୁଗୁଡାରେ ୪୩.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । 

ଏହାସହିତ ୯ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ପାର କରିଥିଲା । ୪୨ ଡିଗ୍ରୀ ଉପରେ ମଧ୍ୟ ରହିଥିଲା ୧୪ଟି ସହର । ସେହିପରି ୪୦ ଡିଗ୍ରୀ ଉପରେ ରହିଥିଲା ୨୨ଟି ସହର । ତେବେ ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସାମାନ୍ୟ କମ ରହିଥିଲା 

Leave A Reply

Your email address will not be published.