କମିଶନରେଟ୍ ପୁଲିସରେ ଅଦଳବଦଳ

ଭୁବନେଶ୍ୱର : କମିଶନରେଟ୍ ପୁଲିସରେ ବଡ଼ଧରଣର ଅଦଳବଦଳ ହୋଇଛି । ଜଣେ ଏସିପିଙ୍କ ସମେତ ୭ଜଣ ଇନ୍ସପେକ୍ଟର, ୪୪ଜଣ ଏସ୍‌ଆଇ, ୪ଜଣ ଏଏସ୍‌ଆଇଙ୍କୁ ବଦଳି କରାଯାଇଛି । ଏନେଇ କମିଶନରେଟ୍ ପୁଲିସ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜଧାନୀର କେତେକ ଥାନାରେ ଆଇଆଇସି ପଦ ଖାଲିଥିଲେ ବି ବିଜ୍ଞପ୍ତି ଅନୁସାରେ ତାକୁ ପୂରଣ କରାଯାଇନାହିଁ । ନୟାପଲ୍ଲୀ, ସହିଦନଗର ଓ କଟକ ସଦର ଥାନାକୁ ଅତିରିକ୍ତ ଆଇଆଇସି ମିଳିଛି । ହେଲେ ଭରତପୁର ଥାନାକୁ ଇନ୍‌ଫୋଭ୍ୟାଲି ଆଇଆଇସି ସମ୍ବାଳୁଥିବା ଦେଖିବାକୁ ମିଳିଛି । ସେପଟେ କ୍ୟାପିଟାଲ ଥାନାରେ ଜଣେ ଡିଏସ୍‌ପି ର‌୍ୟାଙ୍କର ଅଧିକାରୀ ଆଇଆଇସି ଦାୟିତ୍ୱ ତୁଲାଉଛନ୍ତି । ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲେ ବି ସେ ଇନ୍ସପେକ୍ଟର ଭାବେ କ୍ୟାପିଟାଲ ଥାନାରେ କାର୍ଯ୍ୟ କରୁଛନ୍ତି ।

ସୂଚନା ଅନୁଯାୟୀ, କଟକ ସହରାଞ୍ଚଳ ପୁଲିସର ଡିଆଇବି, ଏସିପି ସତ୍ୟରଞ୍ଜନ ମଲ୍ଲିକଙ୍କୁ ଆଇୟୁସିଏଡବ୍ଲୁ/ଆଇଏଏଚ୍‍ଟିୟୁ କଟକକୁ ବଦଳି କରାଯାଇଛି । ସେହିପରି ଭୁବନେଶ୍ୱର ସହରାଞ୍ଚଳ ପୁଲିସରେ କାର୍ଯ୍ୟରତ ଇନ୍ସପେକ୍ଟର ନିନାଙ୍କୁ ଡିସିଆର୍‌ବି ଭୁବନେଶ୍ୱର ୟୁପିଡି, କଟକ ୟୁପିଡିରେ କାର୍ଯ୍ୟରତ ରୀନା ଦାସଙ୍କୁ କଟକ ସଦରଥାନା ଅତିରିକ୍ତ ଥାନାଧିକାରୀ, କମିଶନରେଟ୍ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ଗଣେଶ ଚନ୍ଦ୍ର ସ୍ୱାଇଁଙ୍କୁ କମ୍ୟୁନିକେସନ୍‌, ଭୁବନେଶ୍ୱରକୁ ବଦଳି କରାଯାଇଛି ।

Leave A Reply

Your email address will not be published.