ଶ୍ରମିକଙ୍କ ପାଇଁ ଆସିବ ଗାଇଡ୍ଲାଇନ: ଶ୍ରମମନ୍ତ୍ରୀ

ଭୁବନେଶ୍ୱର : ଏବେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଛି । ଆଗକୁ ଆହୁରି ଅଧିକ ଟାଣ ଖରା ହେବ । ତାପମାତ୍ରା ଏଥର ୪୪ ଡିଗ୍ରୀ ପାର୍ କରିବାର ସମ୍ଭାବନା ରହିଛି । ତେବେ ଟାଣ ଖରାରେ ଶ୍ରମିକମାନେ କିପରି ସୁରକ୍ଷିତ ରହିବେ, ସେଥିପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଜାରି କରାଯିବ । ଏନେଇ ଖୁବ୍‌ଶୀଘ୍ର ଶ୍ରମ ବିଭାଗ ସହ ବୈଠକ କରି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି । ଏବେ ରାଜ୍ୟର ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ହେଲାଣି ।

ଶ୍ରମିକଙ୍କ ପାଇଁ କିପରି ସମୟ ପରିବର୍ତ୍ତନ କରି କାମ କରି ହେବ, ସେ ନେଇ ଆଲୋଚନା ହେବ । କଳକାରଖାନାରେ ସେମାନେ କେମିତି କାମ କରିବେ, ଏନେଇ ମାର୍ଗଦର୍ଶିକା ଦିଆଯିବ । ଶ୍ରମିକମାନଙ୍କର ଯେପରି ଧନଜୀବନ ହାନି ନ ହୁଏ, ସେ ଦିଗରେ ରାଜ୍ୟ ସରକାର ସଚେତନ ଅଛନ୍ତି ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି । ଏହାବ୍ୟତୀତ ଶ୍ରମିକ ଏବଂ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟକରୁଥିବା ଲୋକଙ୍କ ସୁରକ୍ଷା ଲାଗି ବିଭିନ୍ନ ସଂସ୍ଥାକୁ ମଧ୍ୟ ଅବଗତ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.