ନକଲି ସର୍ଫ ଜବତ କଲା ମାଲଗୋଦାମ ଥାନା ପୁଲିସ

କଟକ: ବଜାରରେ ମିଳୁଛି ନକଲି ସର୍ଫ ଏକ୍ସଏଲ। ଯାହା ଦେଖିବାକୁ ଅବିକଳ ବ୍ରାଣ୍ଡ ପରି। ହେଲେ ପ୍ୟାକେଟ ମଧ୍ୟରେ ରହିଛି ନକଲି ସମଗ୍ରୀ । ଯାହାର ଆଜି ପରଦାଫାସ କରିଛି କମିସନରେଟ ପୁଲିସ । ମାଲଗୋଦାମ ଅଞ୍ଚଳରୁ ଏକ ଅଟୋରୁ ଏହି ନକଲି ସର୍ଫ ଏକ୍ସଏଲର ରୋଲ ଜବତ ହେବା ପରେ ଆରମ୍ଭ ହୋଇଥିଲା ପୁଲିସର ଜୋରଦାର ତଦନ୍ତ। ପ୍ରଥମେ ଟାଙ୍ଗି ପରେ ପରେ ସଦର ଖଣ୍ଡେଇତା ଓ ଶେଷରେ ମାହାଙ୍ଗାର ଉମର ବୋଲି ଏକ ଗାଁରେ ଏହି ନକଲି ଡିଟରଜେଣ୍ଟ ତିଆରି ହେଉଥିବା ଖବର ପାଇଥିଲା ପୁଲିସ।

ଖବର ପାଇବା ମାତ୍ରେ ସଙ୍ଗେସଙ୍ଗ ଚଢ଼ାଉ ମଧ୍ୟ କରିଥିଲା। ଚଢ଼ାଉ ସମୟରେ ନକଲି ୧୫୪୦ କେଜି ପ୍ୟାକେଟ ସର୍ଫ ଏକ୍ସଏଲ, ଓ ୧୮୦୦ ଖୋଲା ଗୁଣ୍ଡ ଜବତ କରିଛି ପୁଲିସ। ତେବେ ଜବତ ହୋଇଥିବା ନକଲି ସାମଗ୍ରୀର ଆନୁମାନିକ ମୂଲ୍ୟ ସ୍ପଷ୍ଟ ହୋଇନଥିବା ବେଳେ ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ମାଲଗୋଦାମ ଥାନା ପୁଲିସ।

Leave A Reply

Your email address will not be published.