ଖୋଲିଲା ଲୋକସେବା ଭବନ: ସାଧାରଣ ଲୋକ ଓ ସ୍ୱୀକୃତି ପ୍ରାପ୍ତ ସମ୍ବାଦିକ ଯାଇପାରିବେ

ଭୁବନେଶ୍ୱର:  ଆଜିଠୁ ଖୋଲିଲା ଲୋକସେବା ଭବନ । ଦୁଇ ବର୍ଷ ପରେ ସାଧାରଣ ଲୋକ ଓ ସ୍ୱୀକୃତି ପ୍ରାପ୍ତ ସମ୍ବାଦିକ ମାନଙ୍କ ପାଇଁ ଖୋଲିଛି ଲୋକସେବା ଭବନ । କୋଭିଡ ପାଇଁ ଦୁଇ ବର୍ଷ ହେବ ବନ୍ଦ ଥିଲା ଲୋକସେବା ଭବନ । ଆଜି ରିସେସ୍ପନ କାଉଣ୍ଟରରେ ଭିଡ଼ ଦେଖିବାକୁ ମିଳିଥିଲା । ପାସ୍ ନେବା ଲାଗି ଅନୁମତି ପତ୍ର ନେବାକୁ ଲମ୍ବା ଲାଇନ ଲାଗିଛନ୍ତି ମାତ୍ର ଏ ପର୍ଯ୍ୟନ୍ତ ପାସ ଇସୁ ହୋଇନାହିଁ ।

ଏହାସହ ଆଜି ଖୋଲିଲା ଖାରବେଳ ଭବନ ଓ ରାଜୀବ ଭବନ । ସାଧାରଣ ଲୋକଙ୍କ ଅଭିଯୋଗ ଓ ଅଫିସ୍ କାମ ପାଇଁ ଖୋଲା ରହିବ । ଅନଲାଇନରେ ପାସ୍ ପାଇଁ ଆବେଦନ କରିପାରିବେ ସାଧାରଣ ଲୋକେ । epravesh.odisha.gov.in କିମ୍ବା ePravesh ଆପରେ ଆବେଦନ କରିପାରିବେ ସାଧାରଣ ଲୋକେ ।

Leave A Reply

Your email address will not be published.