ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ

ଭୁବନେଶ୍ୱର : ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି ସରକାର। ନିଜ ନାର୍ୟ୍ୟ ଦାବି ପାଇଁ ଲୋୟର ପିଏମିଜି ଛକରେ ଏକାଠି ହୋଇଛନ୍ତି ହଜାର ହଜାର ସଂଖ୍ୟାର ଡ୍ରାଇଭର। ଦାବିପୂରଣ ନ ହେଲା ଯାଏ ରାଜଧାନୀ ଛାଡ଼ିବୁ ନାହିଁ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ୧୦ ଦଫା ଦାବି ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ସୁରକ୍ଷା, ସମ୍ମାନ ଓ ବୀମା ଦାବିରେ ଭୁବନେଶ୍ୱର ଲୋୟର ପିଏମଜି ଛକରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଧାରଣାରେ ବସିଛନ୍ତି।

ଗତକିଛି ମାସ ତଳେ ସଂଘ ପକ୍ଷରୁ ମହା ରାଲିର ଆୟୋଜନ କରି ସରକାରଙ୍କ ନିକଟରେ ଦାବିପତ୍ର ଦିଆଯାଇଥିଲା। ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ ନ କରିବାରୁ ଆନ୍ଦୋଳନକୁ ଜୋରଦାର କରିଛି ସଂଘ। ସୁରକ୍ଷା, ସମ୍ମାନ, ବୀମା ଦାବି ନେଇ ନବୀନ ନିବାସ ଘେରାଉ କରିବ ସଂଘ ।

Leave A Reply

Your email address will not be published.